ଦେଶ

୧୬୦କେଜିର ବୃଦ୍ଧାଙ୍କୁ ଉଠାଇବା ପାଇଁ ଅଗ୍ନିଶମ ବାହିନୀ ଡାକିଲେ ପରିବାର – Ibnodisha

[ad_1]

ଥାଣେ: ୧୬୦କେଜିର ବୃଦ୍ଧାଙ୍କ ଉଠାଇବା ପାଇଁ ଅଗ୍ନିଶମ ବାହିନୀ ଡାକିଲେ ପରିବାର। ମହାରାଷ୍ଟ୍ରର ଥାଣେରେ ଘଟିଛି ଏଭଳି ଅଜବ ଘଟଣା। ଗୁରୁବାର ୬୨ବର୍ଷୀୟ ବୃଦ୍ଧାଜଣକ ଶୋଇଥିବା ବେଳେ ଖଟ ତଳକୁ ଖସି ପଡ଼ିଥିଲେ। ଓଜନ ଅଧିକ ଥିବାରୁ ପରିବାର ଲୋକେ ବୃଦ୍ଧାଙ୍କୁ ଖଟ ଉପରକୁ ଉଠାଇବା ପାଇଁ ଅଗ୍ନିଶମ ବାହିନୀ ଡାକିଥିଲେ ବୋଲି ଜଣାପଡ଼ିଛି।

ଥାଣେ ମହାନଗର ନିଗମର ଅଧିକାରୀଙ୍କ କହିବା ମୁତାବକ, ବୃଦ୍ଧାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଶାର୍ଯ୍ୟାଶାୟୀ ଥିଲେ। ଗୁରୁବାର ସକାଳ ୮ଟାରେ ସେ ହଠାତ୍ ଖଟ ତଳକୁ ଖସିପଡ଼ିବା ପରେ ୧୬୦କିଲୋ ଓଜନ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଟେକି ପାରିନଥିଲେ। ଏହା ପରେ ପରିବାର ଲୋକ ଅଗ୍ନିଶମ ବାହିନୀଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ। ଫୋନରେ ସୂଚନା ମିଳିବା ପ‌ରେ ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ବୃଦ୍ଧା ରହୁଥିବା ଫ୍ଲାଟରେ ପହଞ୍ଚି ତାଙ୍କୁ ଖଟ ଉପରକୁ ଟେକିଥିଲେ। କୁହାଯାଉଛି ଯେ, ତଳେ ପଡ଼ିଥିଲେ ବି ବୃଦ୍ଧା ଆହତ ହୋଇନାହାନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button