ରାଜ୍ୟ

୨୨ ପୌରାଞ୍ଚଳରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟର ୨୨ଟି ପୌର ପରିଷଦ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ(ଏକଜ୍ୟୁକିଟିଭ ଅଫିସର)ଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ପ୍ରଶାନ୍ତ କୁମାର ନାୟକଙ୍କୁ ଅନୁଗୁଳ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଓଏଏସ୍ ଜୟଶ୍ରୀ ବେଉରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି ।

ସେହିପରି ଓଏଏସ୍ ସୋନା ଟୁଡ଼ୁଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର, ଓଏଏସ୍ ସରୋଜିନୀ ପ୍ରସାଦ କୁଲୁଙ୍କୁ ସମ୍ବଲପୁର ମହାନଗର ନିଗମର ଅତିରିକ୍ତ କମିଶନର, ଓଏଏସ୍ ରମେଶ ହାସଦାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର, ସୁନୀଲ କୁମାର କେର୍କଟାଙ୍କୁ ସମ୍ବଲପୁର ମହାନଗର ନିଗମର ଅତିରିକ୍ତ କମିଶନର, ହରପ୍ରସାଦ ଭୋଇଙ୍କୁ ବରଗଡ଼ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ଜାମଦା ଅତିରିକ୍ତ ତହସିଲଦାର ବିକାଶ ମୁଣ୍ଡାରୀଙ୍କୁ ସୁନ୍ଦରଗଡ଼ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଅଶୋକ କୁମାର ବେହେରାଙ୍କୁ ବୌଦ୍ଧ ମ୍ୟୁନିସପାଲଟି, ପ୍ରମୋଦ କୁମାର ଖିଲୋଙ୍କୁ ଖରିଆର ଏନଏସି, ବିରଂଚି ଧରୁଆଙ୍କୁ ଦେବଗଡ଼ ମ୍ୟୁନିସପାଲଟି, ଲକ୍ଷ୍ମୀକାନ୍ତ ମଲ୍ଲିକଙ୍କୁ ତରଭା ଏନଏସି, ଜୟସେନ୍ ଧରୁଆଙ୍କୁ ଧର୍ମଗଡ଼ ଏନଏଏସି, ଜଗନ୍ନାଥ ବେହେରାଙ୍କୁ ଉଦଳା ଏନଏସି, ଦୁଃଶାସନ ସ୍ୱାଇଁଙ୍କୁ ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ଶ୍ୱେତପଦ୍ମା ଧଳଙ୍କୁ କୋଣାର୍କ ଏନଏସି, ଶୋଭନ କୁମାର ବେହେରାଙ୍କୁ ରେଢ଼ାଖୋଲ ଏନଏସି, ମଧୁସ୍ମିତା ସିଂହଙ୍କୁ ଯୋଡ଼ା ମ୍ୟୁନିସପାଲଟି, ମନୋରଞ୍ଜନ ପଣ୍ଡାଙ୍କୁ ସୋନପୁର ମ୍ୟୁନିସପାଲଟି, ଚିନ୍ମୟ ଆଚାର୍ଯ୍ୟଙ୍କୁ ତୁଷୁରା ଏନଏସି, ନିରଞ୍ଜନ କୁମାର ଧଳଙ୍କୁ ଭବାନୀପାଟଣା ମ୍ୟୁନିସପାଲଟି ଓ ଗିରିଜା ଶଙ୍କର ମଲ୍ଲିକଙ୍କୁ କଂଟାବାଞ୍ଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଶରତ ଚନ୍ଦ୍ର ସାହୁଙ୍କ ବଦଳିକୁ ବାତିଲ କରାଯାଇ ତାଙ୍କୁ କଳାହାଣ୍ଡି ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button