ଦେଶ

ପାଓ୍ୱାର ଟିଭିର ପ୍ରସାରଣ ବ୍ୟାନ୍ ହେବନି- ସୁପ୍ରିମକୋର୍ଟ

କନ୍ନଡ ନ୍ୟୁଜ ଚ୍ୟାନେଲ୍ ପାଓ୍ୱାର ଟିଭିର ପ୍ରସାରଣ ଉପରେ ରୋକ୍ ଲଗାଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ଏହାକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ସଂପୃକ୍ତ ଚ୍ୟାନେଲ୍। ଜେଡିଏସ ନେତା ପ୍ରଜ୍ୱଳ ରେଭନ୍ନା ଓ ସୁରଜ ରେଭନ୍ନାଙ୍କ ବିରୁଦ୍ଧରେ ସେକ୍ସ ସ୍କାଣ୍ଡାଲ୍ ନ୍ୟୁଜ୍ ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା। ଗଲା ଶୁକ୍ରବାର ଦିନ ଶୁଣାଣୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଥିଲେ। ଏହାକୁ ରାଜନୈତିକ ପ୍ରତିଶୋଧପରାୟଣତା ବୋଲି ଦର୍ଶାଇଥିଲେ ସୁପ୍ରିମକୋର୍ଟ। ପ୍ରେସ୍ ସ୍ୱାଧୀନତା ଉପରେ ପ୍ରହାର କହି ପାଓ୍ୱାର ଟିଭି ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଆଜି କହିଛନ୍ତି, ଅନ୍ତରୀଣ ଅର୍ଡର ଜାରି ରହିବ। ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ସୋମବାରକୁ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button