ରାଜନୀତି

ଜେଲରେ ନିଜେ ଓଜନ କମାଇଛନ୍ତି କେଜ୍ରିଓ୍ୱାଲ – ତିହାର ଜେଲ୍ କର୍ତ୍ତୃପକ୍ଷ

ଜେଲରେ ଓଜନ କମିନି।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସାଢ଼େ ୮ କିଲୋ ଓଜନ କମିଥିବାର ଯେଉଁ ଅଭିଯୋଗ ଆସିଛି, ତାହା ମିଛ। ଏପ୍ରିଲ ପହିଲାରେ ଯେତେବେଳେ କେଜ୍ରିଓ୍ୱାଲ ପ୍ରଥମ ଥର ତିହାର ଜେଲ ଆସିଥିଲେ, ସେତେବେଳେ ତାଙ୍କ ଓଜନ ୬୫ କିଲୋଗ୍ରାମ ଥିଲା। ଏହା ପରେ ଏପ୍ରିଲ ୮ ଓ ଏପ୍ରିଲ ୨୯ରେ ତାଙ୍କ ଓଜନ ୬୬ କିଲୋ ଥିଲା। ନିର୍ବାଚନ ପ୍ରଚାର ପାଇଁ ଜାମିନରେ ବାହାରକୁ ଆସି ପୁଣି ଜେଲକୁ ଫେରିବା ଦିନ ଅର୍ଥାତ୍ ଜୁନ୍ ୨ରେ ତାଙ୍କ ଓଜନ ୬୩.୫ କିଲୋଗ୍ରାମ ଥିଲା। ଏହା ପରେ ଜୁଲାଇ ୧୪ରେ ଓଜନ ୬୧.୫ କିଲୋ ଥିଲା। ଏମିତିରେ ହିସାବ କଲେ ମାତ୍ର ଦୁଇ କିଲୋ ଓଜନ ହ୍ରାସ ହୋଇଛି। କିଛି ଏମିତି ଢଙ୍ଗରେ ତିହାର ଜେଲ୍ ପ୍ରଶାସନ ପକ୍ଷରୁ ଏମ୍ସ ମେଡିକାଲ ବୋର୍ଡ କେଜ୍ରିଓ୍ୱାଲଙ୍କ ଓଜନ ସମ୍ପର୍କିତ ରିପୋର୍ଟ କୋର୍ଟରେ ଦାଖଲ କରିଛି। କେଜ୍ରିଓ୍ୱାଲ ନିଜେ ଜାଣିଶୁଣି ଓଜନ ହ୍ରାସ କରିଛନ୍ତି ବୋଲି କହିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଜୁନ୍ ୩ ତାରିଖରୁ ଘରୁ ଆସୁଥିବା ଖାଦ୍ୟକୁ କ୍ରମାଗତ ଫେରାଇ ଦେଉଛନ୍ତି କେଜ୍ରିଓ୍ୱାଲ୍। ଏଥିଲାଗି ତାଙ୍କ ସୁଗାର ସ୍ତର ବଢ଼ିଯାଉଛି। ଏମ୍ସର ମେଡିକାଲ ବୋର୍ଡ ନିରନ୍ତର କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛି। ତାଙ୍କ ପତ୍ନୀ ସୁନୀତା ବି ମେଡିକାଲ ବୋର୍ଡରୁ ନିୟମିତ ପରାମର୍ଶ ନେଉଛନ୍ତି।  ମେଡିକାଲ ବୋର୍ଡରେ ରିପୋର୍ଟକୁ ନେଇ ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି, ତିହାର ଜେଲ କର୍ତ୍ତୃପକ୍ଷ ସ୍ୱୀକାର କଲେ କି, କେଜ୍ରିଓ୍ୱାଲଙ୍କ ସୁଗାର ସ୍ତର ଅନେକ ଥର ଖସିଛି। ସୁଗାର ସ୍ତର କମିଲେ ନିଦରେ ମଣିଷ କୋମାକୁ ବି ଯାଇପାରେ। ବ୍ରେନ୍ ଷ୍ଟ୍ରୋକ୍ ର ବିପଦ ବି ଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button