ରାଜନୀତି

୬୫ କାର୍‌କୁ ୩.୫୬ ଲକ୍ଷ ଜରିମାନା – Ibnodisha

[ad_1]

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଲିସ କଳାଜରି ହଟାଇବା ଅଭିଯାନ ଜାରି ରଖିଛି। ନିର୍ବାଚନ ସମୟରେ ଗାଡ଼ିରେ ଲାଗିଥିବା ବ୍ଲାକ୍ ଫିଲ୍ମ ବା କଳାଜରି ସାହାଯ୍ୟରେ ଟଙ୍କା ଚାଲାଣ ହେବାର ଆଶଙ୍କା ଥିବାରୁ ଏହାକୁ ଗୁରୁତ୍ବର ସହ ନେଇଛି କମିସନରେଟ୍ ପୁଲିସ। ଏହି କ୍ରମରେ କମିସନରେଟ ଟ୍ରାଫିକ ସ୍ପେସା‌ଲ ଵିଙ୍ଗ ଆଜି ୬୫ଟି ଗାଡ଼ି ଧରିଛି। ଟିମ୍ ଗାଡ଼ିଗୁଡ଼ିକରେ ଲାଗିଥିବା କଳାଜରି କାଢ଼ିଛି। ୧୫ଟି କାର୍ ବିରୋଧରେ ଟ୍ରାଫିକ ଥାନା-୧ ମାମଲା ରୁଜୁ କରିବା ସହ ୫୦ଟି କାର୍ ବିରୋଧରେ ଟ୍ରାଫିକ ଥାନା-୨ରେ ମାମଲା ରୁଜୁ ହୋଇଛି। ଏଥିସହିତ ଉଲ୍ଲଂଘନକାରୀଙ୍କ ବିରୋଧରେ ସେକ୍ସନ ୧୮୨(ଏ)୪ ଏମଭି ଆଇନରେ ମାମଲା ରୁଜୁ କରିବା ସହ ୩ଲକ୍ଷ ୫୬ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଆଜିର ଯାଞ୍ଚରେ ଟ୍ରାଫିକ ଡିସିପି ପ୍ରଦୀପ ସାହୁ ଓ ଏସିପି ଜୟନ୍ତ ନେତୃତ୍ବ ନେଇଥିବା ବେଳେ ଟ୍ରାଫିକ ଥାନା-୧ ଓ ଟ୍ରାଫିକ ଥାନା-୨ ସମେତ ଭୁବନେଶ୍ବରର ଦୁଇ ଆରଟିଓ ସାମିଲ ହୋଇଥିଲେ। ସେଫ୍ ସିଟି ଡ୍ରାଇଭ୍‌ରେ ଅପରାଧ ରୋକିବା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯାଉଥିବା ପୁଲିସ କମିସନର କହିଛନ୍ତି। ଗାଡ଼ି ଯାଞ୍ଚ ଓ ଧରପଗଡ଼ ବେଳେ ଗାଡ଼ିଚାଳକ ହଟହଟା ନହେବା ପାଇଁ ନିଜ ଆଡ଼ୁ ଗାଡ଼ିରୁ କଳାଜରି କାଢ଼ିଦେବାକୁ ସିପି ପରାମର୍ଶ ଦେଇଛନ୍ତି।

The post ୬୫ କାର୍‌କୁ ୩.୫୬ ଲକ୍ଷ ଜରିମାନା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button