IBN ଓଡ଼ିଶା ବ୍ୟୁରୋରାଜନୀତି

ଜନତା ଦଳ ରୁ ବିଜୁ ଜନତା ଦଳ; କୋରେଇ ରେ ସଂଗଠନ ସଜାଡୁଛନ୍ତି ବନୋଜ

ଯାଜପୁର:(IBN ଓଡିଶା)(ସମ୍ପାଦକୀୟ)

ଛାତ୍ର ଜୀବନରୁ ଜନତା ଦଳ ସହିତ ସମ୍ପୃକ୍ତ ରହି ବିଜୁ ପଟ୍ଟନାୟକ ଓ ଅଶୋକ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ସାମିଲ ହୋଇଥିଲେ । ଦଳରେ ଯୋଗଦେଲା ପରେ ସଂଗଠନ କାର୍ଯ୍ୟ କରି ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ କୋରେଇ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ନେତା ତଥା ବର୍ତ୍ତମାନର ଜିଲ୍ଲା ବିଜେଡି ସଂପାଦକ ବନୋଜ ଜେନା । ଯାଜପୁର ଏନସି କଲେଜରେ ସ୍ନାତକ ଶିକ୍ଷା ସମାପ୍ତ ପରେ କୋରେଇ ବ୍ଲକ ପାଣିକୋଇଲି ଠାରେ ବ୍ୟବସାୟ ସହିତ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଛାତ୍ର ରାଜନୀତି ସମୟରେ ଦୁଇ ଦୁଇ ଥର ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଭାବେ ଦାୟିତ୍ୱରେ ରହି ଛାତ୍ର ସଙ୍ଗଠନକୁ ବେଶ ମଜବୁତ କରିଥିଲେ । ଜଣେ ସମାଜସେବୀ ଓ ଶିକ୍ଷାବିତ ଭାବେ ନିଜ ସମାଜ ସେବା ପାଇଁ କୋରେଇ ଅଞ୍ଚଳରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ବନୋଜ ବିଜୁ ଜନତା ଦଳ ଗଠନ ପରେ ବିଜେଡିରେ ସାମିଲ ହେବା ସହିତ ପୂର୍ବତନ ସାଂସଦ ମୋହନ ଜେନାଙ୍କ ଜିଲ୍ଲା ପ୍ରତିନିଧି ଭାବେ ଦୁଇଥର ଦାୟିତ୍ୱ ନେଇଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ସହିତ ଦଳର ସାଙ୍ଗଠନିକ କାର୍ଯ୍ୟ କରିଛନ୍ତି । ନିଜ ରାଜନୈତିକ ଜୀବନରେ କେବଳ କୋରେଇ ନିର୍ବାଚନ ମଣ୍ଡଳୀ ନୁହେଁ ଜିଲ୍ଲାରେ ମଧ୍ୟ ବେଶ ଲୋକପ୍ରିୟତା ସାଉଁଟିଛନ୍ତି । ବନୋଜ ଦୀର୍ଘ ବର୍ଷ ହେଲା କୋରେଇ ବିଜେଡି ସଂଗଠନ ସହିତ ଜଡିତ ହୋଇ ଦଳୀୟ ସଙ୍ଗଠନକୁ ମଜବୁତ କରିଥିଲା ବେଳେ ନିଜର ବ୍ୟବସାୟ ସହିତ ଜଣେ ସଫଳ ଶିକ୍ଷାବିତ ଭାବେ ସେ କୋରେଇ ଅଞ୍ଚଳରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଦୀର୍ଘ ବର୍ଷ ହେଲା ଦଳ ସହିତ ସମ୍ପୃକ୍ତ ରହି ବନୋଜ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଜିଲ୍ଲାରେ ପରିଚିତ ହୋଇ ଏବେ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ବେଶ କିଛି ବର୍ଷ ହେଲା ବନୋଜ କୋରେଇ ଅଞ୍ଚଳର ବିଭିନ୍ନ ସଂଗଠନ ସହିତ ଜଡିତ ହୋଇ ବିଭିନ୍ନ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । କୋରେଇ ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନ କିଭଳି ଦୃଢ଼ ହେବ ସେଥି ପ୍ରତି ସବୁ ସମୟରେ ଗୁରୁତ୍ୱ ଦେଇଛନ୍ତି । ନିର୍ବାଚନକୁ ଆଉ ମାତ୍ର କିଛି ମାସ ଥିଲା ବେଳେ ଏବେ କୋରେଇ ବ୍ଲକ, ରସୁଲପୁର ବ୍ଳକର ବିଭିନ୍ନ ପଞ୍ଚାୟତ ସହିତ ବ୍ୟାସନଗର ପୋୖରାଞ୍ଚଳରେ ଦଳର ସଙ୍ଗଠନକୁ ମଜବୁତ କରିବାକୁ ନିରବଛିନ୍ନ ଉଦ୍ୟମ କରୁଛନ୍ତି । ବିଶେଷ କରି ଯୁବ ଗୋଷ୍ଠିଙ୍କୁ ଦଳୀୟ ସଙ୍ଗଠନରେ ସାମିଲ କରି କାର୍ଯ୍ୟ କରୁଥିଲା ବେଳେ ଲୋକାଭିମୁଖୀ କାର୍ଯ୍ୟ ସହିତ ନୂତନ ଓଡ଼ିଶାର ବିକାଶ ବିଷୟରେ ଜନସାଧାରଣଙ୍କୁ ବୁଝାଇ ବୟସ୍କ ଓ ମହିଳା ମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ନିବେଦନ କରୁଛନ୍ତି । ଦୀର୍ଘ ବର୍ଷ ହେଲା ଦଳର ଜଣେ ଶୃଙ୍ଗଳିତ କର୍ମୀ ଭାବେ ନିଷ୍ଠାର ସହିତ କାର୍ଯ୍ୟ କରୁଥିଲା ବେଳେ ଆଗକୁ ମଧ୍ୟ ନିରବଛିନ୍ନ ଭାବେ ରାଜନୈତିକ ଓ ସାମାଜିକ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ବନୋଜ ଜେନା ।

Related Articles

Leave a Reply

Your email address will not be published. Required fields are marked *

Back to top button