ରାଜ୍ୟ

ହଷ୍ଟେଲ୍‌ରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ଭୁବନେଶ୍ୱର: କଲେଜ ପରିସରରେ ଆୟୋଜିତ ଫେୟାର୍‌ୱେଲ୍‌ ପାର୍ଟିରୁ ଫେରିବାର କିଛି ସମୟ ପରେ ଶନିବାର ରାତିରେ ତେଲେଙ୍ଗାନାର ସୂର୍ଯ୍ୟାପେଟ୍‌ ଅଞ୍ଚଳରେ ଥିବା ହଷ୍ଟେଲ୍‌ ରୁମ୍‌ରେ ଜଣେ ଦ୍ବିତୀୟ ବାର୍ଷିକୀ କଲେଜ ଛାତ୍ରୀଙ୍କୁ ଫାଶୀ ଲଗାଇ ମରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରାତି ପ୍ରାୟ ୯.୩୦ରେ ‘ସୋସିଆଲ୍‌ ୱେଲ୍‌ଫେୟାର୍‌ ଗୁରୁକୁଳ ଗାର୍ଲସ୍‌ କଲେଜ୍‌’ରୁ ଏ ଦୁଃସମ୍ବାଦ ମିଳିଥିଲା। ସେତେବେଳେ ବି କଲେଜ ପରିସରରେ ପାର୍ଟି ଚାଲିଥିଲା।

ସଂଗୃହୀତ ସୂଚନା ଅନୁସାରେ, ପାର୍ଟିରୁ ଛାତ୍ରୀଜଣକ ହଷ୍ଟେଲ୍‌ ରୁମ୍‌କୁ ଚାଲି ଆସିବା ପରେ ମାଆଙ୍କ ସହିତ ଭିଡିଓ-କଲ୍‌ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। କଲେଜ୍‌ ପାର୍ଟି ବିଷୟରେ ମାଆଙ୍କୁ ସବୁ କଥା କହିଥିଲେ। ଛାତ୍ରୀଙ୍କର ବାପାମାଆ କହିଛନ୍ତି ଯେ, କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ ସେମାନଙ୍କ ପାଖକୁ ଫୋନ୍‌ ଆସିଲା। ସେମାନେ କହିଲେ ଆପଣଙ୍କ ଝିଅ ଅସୁସ୍ଥ ହୋଇପଡ଼ିବାରୁ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି।ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଛାତ୍ରୀଙ୍କ ପରିବାର ଲୋକେ କହୁଛନ୍ତି କି, ଝିଅକୁ ଦେଖିବା ପାଇଁ ଆମେ ପହଞ୍ଚିବା ଆଗରୁ କଲେଜର କର୍ମଚାରୀମାନେ ଡାକ୍ତରଖାନାରୁ ଚାଲିଯାଇଥିଲେ। ମାମଲା ରୁଜୁ କରାଯିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button