ରାଜ୍ୟ

ଖେଳ ପଡିଆରୁ ମିଳିଲା ଯୁବକଙ୍କ ମୃତଦେହ – Ibnodisha

[ad_1]

ବଡ଼ବିଲ: ଖେଳ ପଡିଆ ନିକଟରୁ ଯୁବକଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପିଏଚ୍‌ଡି ଖେଳ ପଡିଆ ନିକଟରୁ ମିଳିଛି ମୃତଦେହ । ମୃତକ ୮ ନମ୍ବର ଓ୍ୱାର୍ଡର ସୁରଜ ରାମ୍‌ ବୋଲି ଜଣାପଡିଛି । ଶନିବାର ସଂଧ୍ୟାରେ କିଛି ଲୋକ ମୃତଦେହ ପଡିଥିବାର ଦେଖି ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ତେବେ ଯୁବକଙ୍କ ମୃତ୍ୟୁ କିପରି ହେଲା । ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିବ ବୋଲି ବଡ଼ବିଲ ପୋଲିସ କହିଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button