ରାଜ୍ୟ

କଟକ ଓ ଭୁବନେଶ୍ବର ସମେତ କେତେକ ସ୍ଥାନରେ ବର୍ଷା ଜାରି – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବରେ କଟକ ଓ ଭୁବନେଶ୍ବର ସମେତ କେତେକ ସ୍ଥାନରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଜାରି ରହିଛି ମଧ୍ୟମ ଧରଣର ବର୍ଷା । ଟୁଇନ୍ ସିଟିରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘଡଘଡି ସହ ବର୍ଷା ବି ଦେଖିବାକୁ ମିଳିଛି ।

୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା. ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଲାଗି ରହିଛି ବର୍ଷା। ଏଣେ ୧୩ ତାରିଖରୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ତେବେ ଏହା ପରଠାରୁ ବଢିବ ତାତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button