ଦେଶ

ସେନା ଗୁଳିରେ ଜଣେ ଆତଙ୍କୀ ସଫା – Ibnodisha

[ad_1]

ଜମ୍ମୁ- କଶ୍ମୀର : ଜମ୍ମୁ- କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରାବନ୍ଦୀ କରି ରଖିଥିବା ଜଣାଯାଇଛି।

ପୁଲୱାମା ଜିଲ୍ଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଆଜି ଭୋରରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା। ଏଥିରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷା କର୍ମୀ ଘେରିଥିବା ଜଣାଯାଇଛି। ସେନା ଗୁଳିରେ ନିପାତ ହୋଇଥିବା ଆତଙ୍କୀଙ୍କ ମୃତଦେହ ପଡ଼ିଥିବା ବେଳେ ତାହାକୁ ଜବତ କରାଯାଇ ନ ଥିବା ସୂଚନା ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button