ରାଜ୍ୟ

ବିଚ୍ଛେଦ ନିଶ୍ଚିତ, କିନ୍ତୁ ମୁ: ତୁମକୁ ଭଲ ପାଏ, କ’ ଆମେ ବନ୍ଧୁ ହୋଇ ରହିପାରିବାନି: ଅନୁଭବ – Ibnodisha

[ad_1]

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଆଲ ମିଡିଆରେ ସେ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ସଂଦେଶ। ଅନୁଭବଙ୍କର ଏହି ପୋଷ୍ଟକୁ ଚର୍ଚ୍ଚା ଜୋର ଧରିଛି।
ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।
ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେଉ ବୋଲି ମୁଁ ଚାହେଁନି। ଯେହେତୁ ବିଚ୍ଛେଦ ସୁନିଶ୍ଚିତ।  ଏହା ସମ୍ମାନଜନକ ହେଉ,  ତିକ୍ତତା ନ  ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି। ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button