ଦୁର୍ଘଟଣାରାଜ୍ୟ

ଆରପାରିରେ ଗୋକରନେଶ୍ୱର ମନ୍ଦିରର ପୂଜକ ବିନ ନନା ।

  • IBN ଓଡିଶା(ବ୍ୟୁରୋ):-ଆଉ ଶୁଭିବ ନାହିଁ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ବିନ ନନା ଙ୍କ ପୂଜା ମନ୍ତ୍ର ଓ ଘଣ୍ଟ ଆଳତି,ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ ।ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ମୁଣ୍ଡମାଳ ଗ୍ରାମର ବିନୋଦ ବିହାରୀ ପାଢ଼ୀ,ଯାହା ଙ୍କ ନାମ ଅଞ୍ଚଳରେ ବିନ ନନା ବୋଲି ବେଶ ପରିଚିତ। ବ୍ରାହ୍ମଣୀ ନଦୀ କୂଳରେ ବିରାଜମାନ ପ୍ରଭୁ ଶ୍ରୀ ଶ୍ରୀ ଗୋକରନେଶ୍ୱର ମହାଦେବ ଙ୍କ ପୂଜକ ଥିଲେ ବିନୋଦ ବିହାରୀ ପାଢ଼ୀ। ତେବେ ସବୁଦିନ ପାଇଁ ଶୋକ ସାଗର ରେ ଭସାଇ ଆର ପାରିକୁ ସେ ଚାଲି ଯାଇଛନ୍ତି।ଗତ କିଛିଦିନ ଧରି ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେତୁ ବିନୋଦ ଙ୍କୁ କଟକ ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁଥିଲା।ତେବେ ଆଜି ସନ୍ଧ୍ୟା 6 ଘଟିକା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।ତେବେ ମୃତୁ ଶଯ୍ୟା ନିକଟରେ ପତ୍ନୀ ,ଓ ପୁଅ ଦେବବ୍ରତ ପାଢ଼ୀ,ସୋମନାଥ ପାଢ଼ୀ, ନବଘନ ପାଢ଼ୀ, ସତ୍ୟ ରଞ୍ଜନ ପାଢ଼ୀ ଙ୍କ ସମେତ ପରିବାର ବର୍ଗ,ବନ୍ଧୁ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ।ତେବେ ତାଙ୍କ ବିୟୋଗ ରେ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର, ଦୀପକ ଗୋଛାୟତ, ଦିଲଦାର ଚାନ୍ଦ,ପ୍ରତାପ ପୃଷ୍ଟି, ସୁନୀଲ ରାଉତ,ସୁରେଶ ବିଶ୍ୱାଳ,ଅଜୟ ବାରିକ, ନାରାୟଣ ରଥ ,ସୁରେନ୍ଦ୍ର ସାମଲ ,ସୌମ୍ୟ ପଣ୍ଡା,ପ୍ରଦୀପ ମହାନ୍ତି ,ଦିଲୀପ ସାହୁ,ଅୟସକାନ୍ତ ରାଉତ,ପ୍ରଦୀପ ମହାରଣା,ଦୀପକ କୁମାର ମଲ୍ଲିକ, ଗୟାଧର ନାୟକ, ମାନସ ରଞ୍ଜନ ଜେନା,ସୀତାକାନ୍ତ ସାମଲ, ରମାକାନ୍ତ ଜେନା, ସେକ ଆଲାଉଦ୍ଦିନ,କାର୍ତ୍ତିକ ସ୍ୱାଇଁ ଓ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ସତୀଶ ବିଶ୍ୱାଳ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।ମୁଣ୍ଡମାଳ ଗ୍ରାମ ସ୍ଥିତ ସ୍ମଶାନ ରେ ଶେଷକୃତ୍ୟ କରାଯାଇଥିବା ବେଳେ ବଡ଼ପୁଅ ମୁଖାଗ୍ନି ଦେଇଥିଲେ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button