ଦେଶ

୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

IBN ଓଡିଶା(ବ୍ୟୁରୋ):-ନୂଆଦିଲ୍ଲୀ: ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଆଜି ୭୫ ଟଙ୍କା ମୂଲ୍ୟର ଏକ ସ୍ମରଣୀୟ ମୁଦ୍ରା ଲଞ୍ଚ କରିଛନ୍ତି।  ମିଳିତ ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ [FAO] ର ୭୫ ତମ ବାର୍ଷିକୀ ପାଳନ ଅବସରରେ ଏହି ମୁଦ୍ରା ଲଞ୍ଚ କରାଯାଇଛି।ପ୍ରଧାନମନ୍ତ୍ରୀ  ଏକ ୱେବ୍ ଟେଲିକାଷ୍ଟ ମାଧ୍ୟମରେ 17 ଟି ନୂତନ ବାୟୋଫୋର୍ଟିଫାଇଡ୍ ଫସଲ କିସମ ମଧ୍ୟ  ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସର୍ବନିମ୍ନ ସହାୟତା ମୂଲ୍ୟ[MSP]ରେ କୃଷି ଫସଲ କ୍ରୟ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।ସାରା ବିଶ୍ୱରେ କରୋନା ମହାମାରୀ ଭୟ ଲାଗି ରହିଥିବାବେଳେ ଦେଶରେ ପୁଷ୍ଟିହୀନତାକୁ ଦୂର କରିବା ପାଇଁ କେନ୍ଦ୍ର ମିଲେଟ ଏବଂ ଉଚ୍ଚ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରୁଛି। ସେହିପରି ମଣ୍ଡି  ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି ବୋଲି ମୋଦି କହିଥିଲେ। ଏହା ସହିତ ୬ ବର୍ଷ ମଧ୍ୟରେ ଏଗ୍ରିକଲ୍‌ଚର ପ୍ରଡ୍ୟୁଷ ମାର୍କେଟିଂ କମିଟି (APMCs)ର ଭିତ୍ତିଭୂମି ସବିଧା ପାଇଁ ସରକାର ବିନିଯୋଗ ବୃଦ୍ଧି କରିଛନ୍ତି। ଦେଶର କୃଷି ବୈଜ୍ଞାନିକ, ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଦେଶର କୁପୋଷଣ ଦୂର କରିବା ପାଇଁ ଏମାନେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button