ରାଜ୍ୟ
ରାଜ୍ୟଜଙ୍ଗଲ ବିବାଦକୁ ନେଇ ଗୋଷ୍ଠି ସଂଘର୍ଷ
IBN ଓଡିଶା(ବ୍ୟୁରୋ):-ନବରଙ୍ଗପୁର: ଜଙ୍ଗଲ ବିବାଦକୁ ନେଇ ଗୋଷ୍ଠି ସଂଘର୍ଷ । ରଣକ୍ଷେତ୍ର ପାଲଟିଲା ଜଙ୍ଗଲ ପରିସର । ୬ ଟି ଗାଁର ୨୦୦୦ରୁ ଅଧିକ ଲୋକେ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି । ଗ୍ରାମବାସୀ ଠେଙ୍ଗାବାଡି ଓ ପଥରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଘଟଣାର ସମାଧାନ ପାଇଁ ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ମଧ୍ୟ ବିଫଳ ହୋଇଥିଲା ।
ଏମିତି କି ଢ଼େଲା ମାଡରେ ଫରେଷ୍ଟ ଗାର୍ଡଙ୍କ ମୁଣ୍ଡ ଫାଟିଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଘର୍ଷରେ ଉଭୟ ପକ୍ଷର ଶତାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା କୋଡ଼ିଗାଁ ବନାଞ୍ଚଳର ଘଢ଼ାଧନୁଆ ଗାଁ ନିକଟସ୍ଥ ଜଙ୍ଗଲରେ ୨୭ ଏକର ଜମିକୁ ନେଇ ୬ ଟି ଗାଁ ର ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିଲା ବିବାଦ । ଗଛ ବଡ ହେବା ପରଠାରୁ ଜଙ୍ଗଲ ଅଧିକାରକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । କିନ୍ତୁ ଗତକାଲି ଏହା ଉଗ୍ରରୂପ ନେଇଥିଲା ।