ରାଜ୍ୟ

ଅଙ୍ଗନବାଡି କେନ୍ଦ୍ରରେ ମହାଦୁର୍ନୀତି, ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ, ଉପ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଗ୍ରାମବାସୀ

 

IBN ଓଡିଶା(ବ୍ୟୁରୋ):-ନୀଳଗିରି,୧୧/୦୯: ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବାଉଁସବଣିଆ ପଞ୍ଚାୟତ ଅଧିନ ଗୋବର୍ଦ୍ଧନପୁର ଅଙ୍ଗନବାଡି କେନ୍ଦ୍ର ରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ନକଲି ରସିଦ ଦେଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିବା ସହ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିବା ତ ଦୂରର କଥା ପାଲଟା ନାଲି ଆଖି ଦେଖାଉଥିବା ଅଭିଯୋଗ ଉଠିଛି। ଆଜି ସ୍ଥାନୀୟ ଗ୍ରାମବାସୀମାନେ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏକ ଅଭିଯୋଗ ପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ସୂଚନାରୁ ପ୍ରକାଶ ଯେ ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଗୋବର୍ଦ୍ଧନପୁର ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ଆଜକୁ ୪ ବର୍ଷ ତଳେ ବହିଷ୍କାର ହୋଇଥିବାରୁ ଅଦ୍ୟାବଧି କୌଣସି କର୍ମୀ ନିଯୁକ୍ତି ହୋଇନାହାନ୍ତି। ସେହିଦିନଠାରୁ ସହାୟିକା ସୁମିତ୍ରା ବେହେରା ଅଦ୍ୟସବଧି କାର୍ଯ୍ୟ କରି ଆସୁଛନ୍ତି। ରନ୍ଧାଖାଦ୍ୟ ପରିବେଷଣରେ ଅନିୟମିତତା କରିବା ସହ କାଗଜପତ୍ରରେ ବହୁ ଜାଲିଆତି କରି ଟଙ୍କା ସବୁ ହଡପ କରିଥିବା ଅଭିଯୋଗ ଉଠିଛି।

ଗତ ଜୁଲାଇ ମାସରେ ୨୨୫ଟି ଅଣ୍ଡା କିଣାଯାଇଥିବା ବେଳେ ୨୫୫ ଟି ଅଣ୍ଡା ବଣ୍ଟନ ହୋଇଥିବା ଦର୍ଶାଯାଇଛି। ଏପରିକି ଅଣ୍ଡା ନଦେଇ ମଧ୍ୟ ଅଣ୍ଡା ବିଲ ପୈଠ ହୋଇଛି। ଗାଁ ବାହାରେ ରହୁଥିବା ପିଲାମାନଙ୍କୁ ଖାତାରେ ଦର୍ଶାଯାଇ ସାର୍ଟ, ପେଣ୍ଟ, ଶୁଖିଲା ଖାଦ୍ୟ, ଅଣ୍ଡାର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଉଠିଛି। ଖାଦ୍ୟ ପାଇଁ ଆସୁଥିବା ରାଶନ ସାମଗ୍ରୀର ରସିସ୍‌ ବେହେରା ଗ୍ରୋସୋରୀ ଗୋବର୍ଧନପୁର ଲେଖାଥିବା ଦର୍ଶାଯାଇଛି।

ହେଲେ ଏଭଳି କିଛି ଦୋକାନ ସେହି ଗାଁରେ ନଥିବା କୁହାଯାଇଛି। ବିଲ୍‌ରେ ଭାଟ୍ ନମ୍ବର ନଥିବା ବେଳେ ଫୋନ ୭୮୯୪୪୯୧୩୩୫ ଲେଖା ଅଛି। ଏହି ନମ୍ବରଟି କାର୍ଯ୍ୟରତ ସହାୟିକାଙ୍କର ବୋଲି ଗ୍ରାମବାସୀ କହନ୍ତି। ଏହି ନମ୍ବରଟିକୁ ଜାଣିଶୁଣି ରିଚାର୍ଜ ନକରି ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଉଠିଛି। ଖାଲି ସେତିକ ନୁହଁ ପ୍ରୀତମ ଫେସନ ବ୍ରିଡ଼ ମାର୍କେଟ ନୀଳଗିରି ଲେଖା ଥିବା ନକଲି ବିଲ ଯେଉଁଥିରେ କି ଠିକଣା ସ୍ଥାନରେ କିଛି ନଲେଖା ଯାଇ ଅନେକ ବିଲ୍ ଦିଆଯାଇ ଟଙ୍କା ଉଠାଣ ହୋଇଛି।

ପିଲାମାନଙ୍କୁ ଲେମ୍ବୁ ଦିଆନଯାଇ ଖର୍ଚ୍ଚ ମଧ୍ୟ ପଡୁଛି। ଏଭଳି ଅନେକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଆସିଥିବା ତଥ୍ୟ ପ୍ରମାଣିତ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଜାଲି କାଗଜପତ୍ର ସବୁ ଔପଦା ସିଡିପିଓ ଅଫିସରେ ଦାଖଲ କରାଯାଉଥିବା ବେଳେ ସିଡିପିଓ କିପରି ଜାଣି ପାରିଲେ ନାହିଁ ନା ସବୁ ତାଙ୍କ ଜାଣତରେ ଚାଲିଆସୁଥିଲା ଏଭଳି ଅଭିଯୋଗ ଉଠାଇଛନ୍ତି ଅଭିଭାବକ ଓ ଗ୍ରାମବାସୀମାନେ।

ସମସ୍ତ ତଥ୍ୟ ସହ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଔପଦା ସିଡିପିଓ ଙ୍କୁ ପ୍ରଦାନ କରିଥିଲେ। ହେଲେ ତଦନ୍ତ କରିବା ତ ଦୂରର କଥା ବରଂ ଅଭିଯୋଗକାରୀ ଦୁନିଆ ସାରା ଚୋରି ଚାଲିଛି, ତମେ କେବଳ ଅଣ୍ଡା ଓ ଚାଉଳ ପାଇଁ ଅଭିଯୋଗ କରୁଛ ଏଭଳି ତଦନ୍ତ ପାଇଁ ମୋର ସମୟ ନାହିଁ ବୋଲି କହିବା ସହ ଦୁର୍ନୀତି କରିଥିବା ସହାୟିକାଙ୍କୁ ପ୍ରତ୍ସାହନ କରୁଥିବା ନେଇ ଆଜି ଗ୍ରାମବାସୀ ମାନେ ନୀଳଗିରି ଉପଜିଲ୍ଲାପାଳ ଙ୍କ ଠାରେ ଫେରାଦ ହୋଇଛନ୍ତି।

ସମସ୍ତ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବିକରିବା ସହ ଜଣେ ଅଙ୍ଗନବାଡି କର୍ମୀ ନିଯୁକ୍ତି କରିବାକୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ତେବେ ଏଭଳି ଅଭିଯୋଗ କୁ ସହାୟିକା ଜଣକ ଖଣ୍ଡନ କରିଛନ୍ତି।ଔପଦା ସିଡିପିଓ ଅଭିଯୋଗ ଭିତ୍ତିହୀନ କହିବା ସହ ମୁଁ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ କରିବି ବୋଲି କହିଥିଲି ବୋଲି ପ୍ରକାଶ କରିଛନ୍ତି।ତେବେ ଉପଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button