ରାଜ୍ୟ

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ଏନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ସୂଚନା ଦେଇଛି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ବିବିଧତାରେ ପରିପୂର୍ଣ୍ଣ ଆମ ଭାରତ । ଯାହାର ସଂସ୍କୃତି ଓ ପରମ୍ପରା ବିଶ୍ୱବିଖ୍ୟାତ । ଏଥିସହ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟରେ, ମନୁଷ୍ୟକୃତ କିମ୍ବା ପ୍ରାକୃତିକ, ରହିଛି ଅନେକ ସ୍ୱତନ୍ତ୍ରତା ଏବଂ ବିଶେଷତା ଅର୍ଥାତ୍ ଗୋଟିଏ ସ୍ଥାନରୁ ମିଳୁଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଅନ୍ୟ ସ୍ଥାନରେ ମିଳେନି ବା ତାହା ବିରଳ କିମ୍ବା ଦୁର୍ଲଭ ପାଲଟିଯାଏ । ତେବେ ଏସବୁ ଅନନ୍ୟ ସାମଗ୍ରୀ ପାଇଁ ସେହି ଅଞ୍ଚଳ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଅନେକ ସାମଗ୍ରୀକୁ ସରକାରଙ୍କ ପକ୍ଷରୁ ଜିଆଇ ମାନ୍ୟତା ମିଳିଛି ।

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଞ୍ଜ କାଇ ଚଟଣୀକୁ ମିଳିଛି ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ମାନ୍ୟତା ବା ଜିଆଇ ଟ୍ୟାଗ୍ । ସେହିପରି କେନ୍ଦ୍ରାପଡ଼ାର ରସାବଳି, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍ ଓ କୋରାପୁଟ କଳାଜିରା ଧାନ ଏବଂ ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button