ରାଜ୍ୟ
ପୁଣି ଥରେ ବିବାହ କଲେ ଆଇପିଏସ୍ ଅଫିସର ସାରା ଶର୍ମା, ମରାଠୀ ଡାକ୍ତରଙ୍କ ଧରିଲେ ହାତ

ଭୁବନେଶ୍ୱର : ପୁଣି ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଇପିଏସ୍ ଅଫିସର ସାରା ଶର୍ମା । ସେ ମରାଠୀ ଡାକ୍ତର ମହେଶ ପାଣ୍ଡେଙ୍କୁ ବିବାହ କରିଛନ୍ତି । ୟୁରୋଲୋଜିଷ୍ଟ ଭାବେ ମହେଶ ପୁନେର ଏକ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ । ମହେଶଙ୍କ ନିଜ ଘର ନାସିକରେ । ତେବେ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ।
୨୦୧୦ ବ୍ଯାଚ୍ ଓଡ଼ିଶା କ୍ଯାଡର ଆଇପିଏସ ଅଫିସର ସାରା ଶର୍ମାଙ୍କୁ ସିବିଆଇର ଡିଆଇଜି ଭାବେ ନିଯୁକ୍ତି ମିଳିଛି ।
ପୂର୍ବରୁ ସେ ଆଇଏଏସ୍ ବି.ପରମେଶ୍ବରନଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ବି. ପରମେଶ୍ୱରନ୍ କଟକସ୍ଥିତ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ୨୦୦୮ ବ୍ୟାଚ୍ର ଆଇଏଏସ୍ ଶ୍ରୀ ପରମେଶ୍ବରନ୍ ପୂର୍ବରୁ ଭୁବନେଶ୍ବରରେ ବନ୍ଦୋବସ୍ତ କମିସନର ଭାବେ କାର୍ଯ୍ୟ କରୁଥିଲେ ।




