ରାଜ୍ୟ

ପତ୍ନୀଙ୍କ ମୁଣ୍ଡ କାଟିଲା ନୃସଂଶ ସ୍ୱାମୀ – Ibnodisha

[ad_1]

ବାରବାଙ୍କି: ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀଙ୍କ ମୁଣ୍ଡକାଟ କଲା ସ୍ୱାମୀ । ହତ୍ୟା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ଯାଉଥିବା ବେଳେ ଗିରଫ କଲା ପୁଲିସ। କୁହାଯାଉଛି ଯେ, ହତ୍ୟା ପରେ ଆତ୍ମସମର୍ପଣ ପାଇଁ ଅଭିଯୁକ୍ତ କଟା ମୁଣ୍ଡ ଧରି ପୁଲିସ ଷ୍ଟେସନ ଯାଉଥିଲା। ହେଲେ ଯିବା ବାଟରେ ହିଁ ପୁଲିସ ତାକୁ ଗିରଫ କରିଥିଲା । ଅଭିଯୁକ୍ତର ନାମ ଅନିଲ କନୋଜିଆ ବୋଲି ଜଣାପଡିଛି । ପୁଲିସର କହିବା ମୁତାବକ ୮ବର୍ଷ ପୂର୍ବେ ଅନିଲର ବିବାହ ହୋଇଥିବା ବେଳେ ଖୁସିରେ ଜୀବନ ବଞ୍ଚୁଥିଲେ ଅନିଲ । ହେଲେ କିଛି ମାସ ହେବ ପତ୍ନୀଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି ଝଗଡା କରିବା ଆରମ୍ଭ କରିଥିଲେ ଅନିଲ। ଶୁକ୍ରବାର ଏହି ଝଗଡା ଏତେ ବଢି ଯାଇଥିଲା ଯେ, ଅନିଲ ହତ୍ୟା କରିବା ଭଳି ପଦକ୍ଷପ ନେଇଥିଲା । ହତ୍ୟା ପରେ ଆତ୍ମସମର୍ପଣ ପାଇଁ ପୁଲିସ ଷ୍ଟେସନ ଆସିବା ବାଟରେ ଆମେ ତାକୁ ଗିରଫ କରିଥିଲୁ । ପୀଡିତାଙ୍କର କାହା ସହ ସମ୍ପର୍କ ଥିଲା ଓ ହତ୍ୟା ପଛରେ ଆଉ କିଛି କାରଣ ରହିଛି କି ନା ତାହା ଜାଣିବା ପାଇଁ ଆମେ ତଦନ୍ତ ଆରମ୍ଭ କରିଛୁ । ପରିସ୍ଥିତିକୁ ଦେଖି ଅନିଲର ଗାଁରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଏଭଳି ସମାନ ଘଟଣା ଘଟିଥିଲା । ପାରିବାରିକ ସମସ୍ୟା ହେତୁ ଅଭିଯୁକ୍ତ ସ୍ୱାମୀ ତାଙ୍କ ପତ୍ନୀଙ୍କ ମୁଣ୍ଡ କାଟି ଦେଇଥିବା ପୁଲିସ କହିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button