ରାଜ୍ୟ

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ କହିଲେ – ଇସିଆଇ – Ibnodisha

[ad_1]

ଭୁବନେଶ୍ୱର : ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ କହିଲେ ଭାରତୀୟ ନିର୍ବାଚନ କମିଶନ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି ବୋଲି ସୂଚନା ଦେଇଛନ୍ତି । ସବୁ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି କହିଲେ । ଓଡିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ ଦେବେ ବୋଲି କହିଛନ୍ତି । ମୋଟ ୩୭ , ୮୦୯ ବୁଥରେ ଭୋଟ ୨୨ , ୬୮୫ ରେ ୱେବକାଷ୍ଟିଂ ହେବ ବୋଲି କହିଲେ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । କେଉଁଠି କିଛି ଗଡବଡି ହେଲେ ଲୋକେ କମିଶନଙ୍କୁ ଜଣାଇପାରିବେ ବୋଲି କହିଛନ୍ତି  । ନାମ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରିପାରିବେ ଲୋକେ  ବୋଲି ମତ ଦେଇଛନ୍ତି ।    ଯେଉଁଠୁ ଅଭିଯୋଗ ଆସିବ ୧୦୦ ମିନିଟ ଭିତରେ ଆମେ ପହଁଞ୍ଚିବୁ ବୋଲି କହିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button