ରାଜ୍ୟ

ଅଭାବନୀୟ ଘଟଣା: ବନ୍ଦ ଘରେ ଜୀବନ୍ତ ଦଗ୍ଧ ହେଲେ ବୃଦ୍ଧ

ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ବରେଇପାଣି ପଞ୍ଚାୟତ ଅନ୍ତର୍ଗତ ବାରସିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଘରେ କବାଟ ବନ୍ଦ କରି ରାତିରେ କମ୍ବଳ ଘୋଡ଼େଇ ହୋଇ ଶୋଇଥିଲେ। ହେଲେ କୌଣସି କାରଣରୁ କମ୍ବଳରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ରାତିରେ ସେ ଶୋଇପଡ଼ିଥିବା ହେତୁ ଚିତ୍କାର କରିପାରିନଥିଲେ। ଏପରିକି ଘରେ ଥିବା ଅନ୍ୟ ସଦସ୍ୟମାନେ ବି ନିଆଁଲାଗିଥିବା କଥା ଜାଣିପାରିନଥିଲେ। ମୃତକ ହେଲେ ମୋଟାଇ ପୂର୍ତ୍ତି(୮୦)।

କୌଣସି କାରଣରୁ କମ୍ବଳରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ରାତିରେ ସେ ଶୋଇପଡ଼ିଥିବା ହେତୁ ଚିତ୍କାର କରିପାରିନଥିଲେ। ଏପରିକି ଘରେ ଥିବା ଅନ୍ୟ ସଦସ୍ୟମାନେ ବି ନିଆଁଲାଗିଥିବା କଥା ଜାଣିପାରିନଥିଲେ। ମୃତକ ହେଲେ ମୋଟାଇ ପୂର୍ତ୍ତି(୮୦)।
ଆଜି ସକାଳେ ଘଟଣା ସଂପର୍କରେ ଜାଣିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବାରିପଦା ସଦର ଡାକ୍ତରଖାନାକୁ ପଠାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button