ଦେଶ

ଶୁବମନ ଗିଲ୍‌ଙ୍କୁ ଡେଙ୍ଗୁ, ମ୍ୟାଚ୍ ଖେଳିବା ନେଇ ସସ୍‌ପେନ୍ସ – Ibnodisha

[ad_1]

ନୂଆଦିଲ୍ଲୀ :ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ତିଆକୁ ବଡ଼ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖେଳି ନପାରନ୍ତି ଟିମ୍ ଇଣ୍ତିଆର ଷ୍ଟାର ଖେଳାଳି ଶୁବମନ୍ ଗିଲ୍ । କ୍ରିକେଟର ଶୁବମନ ଗିଲ୍ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି । ଭୀଷଣ ଜ୍ୱର ପରେ ହୋଇଥିବା ଟେଷ୍ଟ ରିପୋର୍ଟରୁ ସେ ପଜିଟିଭ ଥିବା ନେଇ ସୂଚନା ମିଳିଛି । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶୁବମନଙ୍କ ଖେଳିବା ନେଇ ସସ୍‌ପେନ୍ସ ବଢ଼ିଛି ।
ଶୁବମନ୍‌ଙ୍କର ଆଜି ପୁଣି ଥରେ ଡେଙ୍ଗୁ ଟେଷ୍ଟ କରାଯିବ । ରିପୋର୍ଟ ପରେ ତାଙ୍କ ଖେଳିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଶୁବମନ ନ ଖେଳିଲେ ଇଶାନ କିଷନ ତାଙ୍କ ବଦଳରେ ଓପନିଂ କରିପାରନ୍ତି ବୋଲି କୁହାଯାଉଛି । ଚଳିତ ବର୍ଷ ଦମଦାର ଫର୍ମରେ ଅଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ । ମ୍ୟାଚ୍ ପରେ ମ୍ୟାଚ୍, ନୂ‍ଆ ନୂଆ ରେକର୍ଡ ନିଜ ନାମରେ କରୁଛନ୍ତି ଗିଲ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button