ଦେଶ

ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ପାଇଁ ଡାକରା ଦେଲା କୃଷକ ସଂଘ – Ibnodisha

[ad_1]

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୩ ତାରିଖରୁ ଏମଏସପି ସମେତ ବିଭିନ୍ନ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା କୃଷକ ସଂଘ ପକ୍ଷରୁ ରବିବାର ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରେଳରୋକୋ କରାଯାଉଛି ବୋଲି ସଂଘ କହିଛି। କୃଷକ ନେତା ସରଭନ ସିଂ ପନ୍ଧେର କହିଛନ୍ତି ଆମେ ଦେଶର ଜନସାଧାରଣଙ୍କୁ ଅନୁରୋଧ କରୁଛୁ ସେମାନେ ରେଳ ରୋକୋ କରାଯାଉଥିବା ୪ ଘଣ୍ଟା ମଧ୍ୟରେ ନିଜର ଯାତ୍ରା ବନ୍ଦ କରନ୍ତୁ। ଆମେ ରେଳରୋକା ମାଧ୍ୟମରେ ନିଜର ଦାବି ସରକାରଙ୍କ ସମ୍ମୁଖରେ ରଖିବୁ। ରେଳରୋକୋକୁ ମିଳିତ କୃଷକ ମୋର୍ଚ୍ଚା ସମର୍ଥନ କରିଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆତ୍ମନିର୍ଭର ଭାରତ ଏବଂ ସ୍ବଦେଶୀକରଣ ପାଇଁ ସ୍ଲୋଗାନ ଦେଉଥିବାବ‌େ‌ଳେ ଏକ ଲକ୍ଷ ୪୧ ହଜାର କୋଟି ଟଙ୍କାର ଖାଦ୍ୟ ତୈଳ ଏବଂ ୨୯ ଲକ୍ଷ ଟନ ଡାଲି ଆମଦାନୀ କରିଛନ୍ତି। ରେଳରୋକୋକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହିତ ମାର୍ଚ୍ଚ ୧୦ରୁ ଆରମ୍ଭ କରି ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସତର୍କ ରହିବାକୁ ଅଧିକାରୀଙ୍କୁ ନିଦ୍ଦେର୍ଶ ଦିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button