ଦେଶ

ପାକ୍ ତରୁଣୀଙ୍କୁ ନୂଆ ଜୀବନ ଦେଲା ଭାରତୀୟ ହୃତ୍‌ପିଣ୍ଡ – Ibnodisha

[ad_1]

ଚେନ୍ନାଇ: ଚେନ୍ନାଇର ଏମ୍‌ଜିଏମ୍ ହେଲ୍ଥକେୟାରରେ ହୃତ୍‌ପିଣ୍ଡ ପ୍ରତିରୋପଣ ପରେ ପାକିସ୍ତାନର କରାଚିର ଜଣେ ଯୁବତୀ ନୂଆ ଜୀବନ ପାଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ହେଉଛି, ସହରର ଐଶ୍ବର୍ଯ୍ୟାନ ଟ୍ରଷ୍ଟର ସହଯୋଗରେ ଡାକ୍ତରଖାନା ଓ ସର୍ଜନମାନେ ସମ୍ପୂର୍ଣ୍ଣ ମାଗଣାରେ ଏହି ଅସ୍ତ୍ରୋପଚାର କରିଥିଲେ। ୧୯ ବର୍ଷୀୟା ଆୟେଶା ରାଶାନ ଫ୍ୟାସନ ଡିଜାଇନ ଅଧ୍ୟୟନ କରିବାକୁ ଚାହୁଛନ୍ତି। ଟ୍ରଷ୍ଟ ଓ ଚେନ୍ନାଇ ଡାକ୍ତରଙ୍କ ସହଯୋଗ ବିନା ସେମାନେ ଅସ୍ତ୍ରୋପଚାର କରିପାରିନଥାନ୍ତେ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି। ଡାକ୍ତର, ହସ୍ପିଟାଲ ଓ ମେଡିକାଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି ରାଶାନ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ପାକିସ୍ତାନ ଫେରିପାରନ୍ତି।

ଡାକ୍ତରଙ୍କ କହିବା ଅନୁସାରେ, ଗୁରୁତର ହୃଦ୍‌ରୋଗରେ ପୀଡ଼ିତ ରାଶାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହୃଦ୍‌ଯନ୍ତ୍ର ଅଚଳ ହେବା ପରେ ତାଙ୍କୁ ଇସିଏମ୍‌ଓରେ ରଖାଯାଇଥିଲା। ତାଙ୍କ ହୃତ୍‌ପିଣ୍ଡର ଏକ ଭାଲ୍ଭ ଲିକ୍ ହେବାରୁ ସମ୍ପୂର୍ଣ୍ଣ ହୃତ୍‌ପିଣ୍ଡ ପ୍ରତିରୋପଣର ଆବଶ୍ୟକତା ପଡ଼ିଥିଲା। ହୃଦୟ ପ୍ରତିରୋପଣ ପାଇଁ ୩୫ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ହୋଇଥିଲା। ରାଶାନଙ୍କ କ୍ଷେତ୍ରରେ ଏହି ବିଲ୍‌କୁ ଡାକ୍ତର ଓ ଟ୍ରଷ୍ଟ ବହନ କରିଥିଲେ। ଡୋନର ହୃତ୍‌ପିଣ୍ଡ ଦିଲ୍ଲୀରୁ ଆସିଥିଲା ଏବଂ ଯୁବତୀ ଜଣକ ଭାଗ୍ୟବାନ ଥିଲେ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡ କେଆର୍‌ ବାଲକ୍ରିଷ୍ଣନ୍ ଏବଂ ସହ-ନିର୍ଦ୍ଦେଶକ ଡ ସୁରେଶ ରାଓ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button