ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ; ଭାରତର ଦାବିକୁ ତୁର୍କୀର ସମର୍ଥନ – Ibnodisha
[ad_1]
ଆଙ୍କାରା: ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପାଇବାକୁ ଭାରତ ଜୋରସୋର ଉଦ୍ୟମ ଚଳାଇଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଏକାଧିକ ପାଶ୍ଚାତ୍ୟ ରାଷ୍ଟ୍ର ଭାରତର ସ୍ଥାୟୀ ସଦସ୍ୟତାକୁ ପୂର୍ଣ୍ଣ ସମର୍ଥନ ଜଣାଉଥିଲେ ସୁଦ୍ଧା ଚୀନ୍ ଏ ବାଟରେ ବିରାଟ ପ୍ରତିବନ୍ଧକ ସାଜିଛି । ବର୍ତ୍ତମାନ ଆମେରିକା, ରୁଷ୍, ଚୀନ୍, ବ୍ରିଟେନ ଓ ଫ୍ରାନ୍ସ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଅଛନ୍ତି । ତେବେ ଭାରତର ସ୍ଥାୟୀ ସଦସ୍ୟତାକୁ ତୁର୍କୀ ସମର୍ଥନ କରିଥିବା ଜଣାପଡିଛି ।
ଏହି ପ୍ରସଙ୍ଗରେ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ କହିଛନ୍ତି ଯେ ବିଶ୍ୱ କହିଲେ ଏହି ୫ଟି ରାଷ୍ଟ୍ରକୁ ବୁଝାଇ ନଥାଏ । ତେଣୁ ନିରାପତ୍ତା ପରିଷଦର ପରିସୀମା ବୃଦ୍ଧି ଦିଗରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ଜରୁରୀ ବୋଲି ସେ କହିଛନ୍ତି । ଜାତିସଂଘରେ ୧୯୫ ରାଷ୍ଟ୍ର ସଦସ୍ୟ ଥିବାବେଳେ ୧୯୪୫ରୁ ଏହି ୫ଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ରହିଛନ୍ତି । ତେଣୁ ଭାରତର ଏଭଳି ଦାବି ନିହାତି ଯୁକ୍ତିଯୁକ୍ତ ବୋଲି ଏର୍ଡୋଗାନ୍ କହିଛନ୍ତି । ବର୍ତ୍ତମାନ ଆନ୍ତର୍ଜାତିକ ସର୍କିଟରେ ଭାରତର ଆଧିପତ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଭାରତକୁ ନିରାପତ୍ତାର ପରିଷଦରେ ସ୍ଥାୟୀ ସଦସ୍ୟତା ମିଳିବା ଜରୁରୀ ହୋଇପଡିଥିବା ସେ କହିଛନ୍ତି । ଦକ୍ଷିଣ ଏସିଆରେ ତୁର୍କୀ ହେଉଛି ଭାରତର ସବୁଠାରୁ ବାଣିଜ୍ୟିକ ପାର୍ଟନର । ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀ ଆସିଥିବାବେଳେ ଏର୍ଡୋଗାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି ।
[ad_2]