ଦେଶ

ରାଜ୍ୟସଭା ପାଇଁ ସୋନିଆ ଭରିଲେ ପ୍ରାର୍ଥୀପତ୍ର – Ibnodisha

[ad_1]

ନୂଆଦିଲ୍ଲୀ: ରାଜ୍ୟସଭା ଯିବେ କଂଗ୍ରେସ ଦଳର ହାଇକମାଣ୍ଡ । ଏଥିପାଇଁ ଆଜି ସୋନିଆ ଗାନ୍ଧୀ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ସୋନିଆ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ଅଶୋକ ଗେହଲଟ ପ୍ରତିକ୍ରିୟା ଦେଇ କହିଛନ୍ତିି ସୋନିଆ ରାଜସ୍ଥାନ  ସହିତ ନିବିଡ ଭାବରେ ଜଡିତ। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ସୋନିଆ ଗାନ୍ଧୀ  ତାଙ୍କ ସହ ମିଶି ବହୁ ଜିଲ୍ଳା ଗସ୍ତ କରିଥିଲେ । ଗେହଲଟ ପୁଣି କହିଛନ୍ତି ମୋର କାର୍ଯ୍ୟକାଳ ସମୟରେ ମୁଁ ୪ ଥର ଦୁର୍ଭିକ୍ଷ ଓ ମରୁଡି ସମୟର ସାମ୍ନା କରିଥିଲି ।ସେହି ସମୟରେ  ସୋନିଆ ଗାନ୍ଧୀ ଦୁର୍ଭିକ୍ଷ ଓ ମରୁଡି ସ୍ଥାନ ପରିଦର୍ଶ କରି ଲୋକମାନେ କିପରି ସୁବିଧାରେ ରିଲିଫ ପାଇ ପାରିବେ ଏହି କାର୍ଯ୍ୟକୁ ସେ ସୂଚାରୁରୂପେ ପରିଚାଳାନା କରିଥିଲେ । ଏଥିପାଇଁ ରାଜସ୍ଥାନ ବାସୀ ତାଙ୍କୁ ବହୁମାତ୍ରାରେ ପ୍ରଶଂସା କରିଥିଲେ । ତାଙ୍କ ସରକାର ଥିବା ସମୟରେ ସେ   ରାଜସ୍ଥାନ ବାସୀଙ୍କ ପାଇଁ ଶିକ୍ଷା ,ସ୍ୱାସ୍ଥ୍ୟ , ଗମନାଗମନଠୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପର ପୁନରୁଦ୍ଧାର କରିଥିଲେ ବୋଲି ଗେହଲଟ କହିଛନ୍ତି ।  କଂଗ୍ରେସ ଆଜି ରାଜ୍ୟ ସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ  ତନ୍ମଧ୍ୟରୁ ରାଜସ୍ଥାନରୁ ସୋନିଆ ଗାନ୍ଧୀ  , ବିହାରରୁ ଅଖିଳେଶ ପ୍ରତାପ ସିଂହ , ହିମାଞ୍ଚଳରୁ ଅଭିଷେକ ମନୁ ସିଂଭି , ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button