ଦେଶ

ଛାଡପତ୍ର କୌଣସି ବ୍ୟକ୍ତିଗତ ବିଷୟ ନୁହେଁ : ପାଟନା ହାଇକୋର୍ଟ – Ibnodisha

[ad_1]

ପାଟନା: ଛାଡପତ୍ର କୌଣସି ବ୍ୟକ୍ତିଗତ ବିଷୟ ନୁହେଁ କାରଣ ବିବାହ ଦ୍ୱାରା ସମାଜର ଭଲ ହୋଇଥାଏ । ଶୁକ୍ରବାର ପାଟନା ହାଇକୋର୍ଟ କିଛି ଏଭଳି କହି ଜଣେ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ବ୍ୟକ୍ତି ୧୯୮୦ ମସିହାରେ ବିବାହ କରିଥିଲେ । ତେବେ ପତ୍ନୀଙ୍କ ବିରୋଧରେ କ୍ରୁରତା ଏବଂ ଅନ୍ୟାନ୍ୟ ଅଭିଯୋଗ ଆଣି ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । ପାଟନା ହାଇକୋର୍ଟ ଏହା ଉପରେ କଡା ମନ୍ତବ୍ୟ ଦେଇଛନ୍ତି । ଏହା ଥରେ ନୁହେଁ ଏହା ପୂର୍ବରୁ ଦୁଇଥର ଛାଡପତ୍ର ଆବେଦନକୁ ଖାରଜ କରାଯାଇଥିଲା । ଜଷ୍ଟିସ ପି.ବି ବଜନ୍ତରୀ ଏବଂ ଜଷ୍ଟିସ ଜିତେନ୍ଦ୍ର କୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ ବୈବାହିକ ଜୀବନରେ “ସାଧାରଣ ବିବାଦ” ବ୍ୟତୀତ ପତ୍ନୀ ତାଙ୍କ ସ୍ୱାମୀଙ୍କ ପ୍ରତି ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦେଇଥିବାର କୌଣସି ପ୍ରମାଣ ମିଳିନାହିଁ ।

ମହିଳା ଜଣକ ସରକାରୀ ଡାକ୍ତରଖାନାରେ ଜଣେ ନର୍ସ ଥିବାବେଳେ ଉଭୟ ପ୍ରାୟ ୨୫ ବର୍ଷ ଧରି ସେମାନଙ୍କ ସମ୍ମତିରେ ସହିତ ଅଲଗା ରହୁଛନ୍ତି । ପତ୍ନୀ ହିଂସା ଆଚରଣ କରୁଥିବାର ଅଭିଯୋଗ କରି ସ୍ୱାମୀ ୨୦୦୦ ମସିହାରେ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଥିଲେ । ସେହିପରି ପୁଣି ୨୦୧୨ ରେ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଥିଲେ, ଯାହାକୁ ବି ଖାରଜ କରିଦିଆଯାଇଥିଲା । ଏହି ବ୍ୟକ୍ତି ଜଣକ ୧୯୮୦ ମସିହାରେ ବିବାହ କରିଥିଲେ । ବିବାହ ପରେ, ୧୯୮୫ ମସିହାରେ ଏକ ପୁତ୍ର ଜନ୍ମ ହୋଇଥିବାବେଳେ ୧୯୮୭ ମସିହାରେ ଏକ ଝିଅ ଜନ୍ମ ହୋଇଥିଲା । ବିବାହ ପରେ ୧୭ ବର୍ଷରୁ ଅଧିକ ସମୟ ସବୁକିଛି ଠିକ ଥିଲା । ଏହା ପରେ, ଧୀରେ ଧୀରେ ସମ୍ପର୍କ ଖରାପ ହେବାକୁ ଲାଗିଲା । ଏହା ପରେ ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button