ଦେଶ

ଧାରଣା ପାର ହେଲା ବେଳେ ଟ୍ରେନ ଧକ୍କାରେ ୪ ମୃତ – Ibnodisha

[ad_1]

ରାଞ୍ଚି: ଝାଡଖଣ୍ଡର ସରେଇକଳା ଜିଲ୍ଲାରେ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ ମାଡିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସଂଧ୍ୟାରେ ଟାଟାନଗର ଜୋନର ଗାମରିଆ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ନୂଆଦିଲ୍ଲୀ-ପୁରୀ ଅଭିମୁଖେ ଆସୁଥିବା ଉତ୍କଳ ଏକ୍ସପ୍ରେସ ଧକ୍କା ଦେଇଥିବା ଜଣାପଡିଛି । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁରା ଘଟଣା ସମ୍ପର୍କରେ ରେଳବାଇ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ ।

ସୂଚନା ଅନୁସାରେ, ଆଜି ସଂଧ୍ୟାରେ ମୃତକମାନେ ଗାମରିଆ ରେଳ ଷ୍ଟେସନ ନିକଟରେ ରେଳବାଇ ପୋଲ ନମ୍ବର ୨୬୦/୨୦ ନିକଟରେ ରେଳ ଧାରଣା ଅତିକ୍ରମ କରୁଥଲେ । ସେହି ସମୟରେ ଦୃତଗତିରେ ଆସୁଥିବା ନୂଆଦିଲ୍ଲୀ-ପୁରୀ ‘ଉତ୍କଳ ଏକ୍ସପ୍ରେସ’ ସେମାନଙ୍କୁ ଧକ୍କା ଦେଇଥିଲା । ତେବେ ପ୍ରାଥମିକ ଭାବେ ଘନ କୁହୁଡିକୁ ଅଘଟଣର କାରଣ ବୋଲି ସନ୍ଦେହ କରାଯାଉଛି । ଘନ କୁହୁଡି କାରଣରୁ ଦୃଶ୍ୟମାନ୍ୟତା କମ ଥିବା ବେଳେ ଟ୍ରେନ ଆସିବା ସମ୍ପର୍କରେ ସେମାନେ ଜାଣି ପାରିନଥିଲେ । ଦୃତଗାମି ଟ୍ରେନଟି ସେମାନଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଟାଟାନଗର ରେଳ ସୁରକ୍ଷା ବଳ (ଆରପିଏଫ)କୁ ଅବଗତ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ଟାଟାନଗର ଆରପିଏଫର ଏକ ଟିମ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା ।

ଡାଉନ-ଲାଇନରୁ ୩ଟି ମୃତଦେହ ଓ ଅଫ-ଲାଇନରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇଥିବା ଅନୁମାନ କରାଯାଉଥିଲେ ସୁଦ୍ଧା ପୋଲିସ କିମ୍ବା ରେଳବାଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେହି ଆଧାରରେ କ୍ଷତିପୂରଣ ଓ ଅନ୍ୟ ପରବର୍ତ୍ତୀ ପ୍ରକ୍ରିୟା ଗ୍ରହଣ କରାଯିବା ନେଇ ରେଳବାଇ କହିଛି । ତେବେ ଅସାବଧାନତା ପାଇଁ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ମାଡିଯିବା ଘଟଣାର ଏକାଧିକ ନଜିର ରହିଛି । ଶୀତଦିନେ ଘନକୁହୁଡିରେ ଦୃଶ୍ୟମାନ୍ୟତା ହ୍ରାସ ପାଇବା ପରେ ମଧ୍ୟ ଏପରି ରେଳ ଓ ସଡକ ଦୁର୍ଘଟଣା ଘଟିବାର ଦେଖାଯାଏ । ତେଣୁ ଏପରି ସ୍ଥିତିରେ ସଡକ କିମ୍ବା ରେଳଧାରଣା ପାର ହେବା ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button