ଦେଶ

କାନାଡ଼ା-ଭାରତ ବିବାଦ: ଖୋଲିଲା ପନ୍ନୁନ୍‌ର ଦେଶ ବିଭାଜନ ଷଡ଼୍‌ଯନ୍ତ୍ର – Ibnodisha

[ad_1]

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌ ଭାରତକୁ ବିଭାଜନ କରି ଅନେକ ରାଷ୍ଟ୍ର ସୃଷ୍ଟି କରିବାପାଇଁ ଚାହିଥିଲା। ପନ୍ନୁନ୍‌କୁ ନେଇ ଏନ୍‌ଆଇଏ ଦ୍ବାରା ପ୍ରସ୍ତୁତ ହୋଇଥିବା ଡୋଜିୟର ଅନୁଯାୟୀ ପନ୍ନୁନ୍‌ ଦେଶର ଏକତା ଏବଂ ଅଖଣ୍ଡତାକୁ ଚ୍ୟାଲେଂଜ କରିଥିଲା ଏବଂ କାଶ୍ମୀର ଲୋକଙ୍କ ପାଇଁ ଏକ ପୃଥକ୍‌ ରାଷ୍ଟ୍ର ଏବଂ ଏକ ମୁସଲିମ ରାଷ୍ଟ୍ର ସୃଷ୍ଟି କରିବାପାଇଁ ଚାହିଥିଲା। ଏକ ନୂଆ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍‌ ଧର୍ମ ଆଧାରରେ ଭାରତକୁ ବିଭାଜନ କରିବାପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ପନ୍ନୁନ୍‌ର କାର୍ଯ୍ୟକଳାପ ଏବଂ ପନ୍ନୁନ୍‌ କିଭଳି ଧର୍ମ ଆଧାରରେ ଦେଶକୁ ବିଭାଜନ କରିବାର ଯୋଜନା କରିଥିଲା ତାକୁ ନେଇ ସୁରକ୍ଷା ସଂସ୍ଥା ଦ୍ବାରା ନିକଟରେ ଏକ ନୂଆ ଡୋଜିୟର ପ୍ରସ୍ତୁତ ହୋଇଥିଲା। ଏହି ଡୋଜିୟର ଅନୁଯାୟୀ ପନ୍ନୁନ୍‌ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ୧୬ଟି ମାମଲା ରୁଜୁ ହୋଇଛି।

ଦିଲ୍ଲୀ, ପଂଜାବ, ହିମାଚଳପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ପନ୍ନୁନ ବିରୋଧରେ ମାମଲା ରହିଛି। ତେବେ ପନ୍ନୁନ ଏବେ ଆମେରିକାରେ ରହୁଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପନ୍ନୁନ ଧର୍ମ ଆଧାରରେ ଭାରତକୁ ବିଭିନ୍ନ ରାଷ୍ଟ୍ରରେ ପରିଣତ କରିବାର ଏଜେଣ୍ଡା ପ୍ରସ୍ତୁତ କରିଥିଲା। ସେ ଭାରତର ଏକ ଅଂଶକୁ ମୁସଲିମ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିଥିଲା। କାଶ୍ମୀରର ଲୋକଙ୍କୁ କଟରପନ୍ଥୀ କରି କାଶ୍ମୀରକୁ ଭାରତଠୁ ଅଲଗା କରିବାର ତା’ର ଲକ୍ଷ୍ୟ ଥିଲା। ଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ପନ୍ନୁନ୍‌ ଖଲିସ୍ତାନୀ ପତାକା ଉଡ଼ାଇବାର ଧମକ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ପନ୍ନୁନ୍‌ ଅମୃତସରରେ ଜନ୍ମ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ସମୟରେ ତା’ ପରିବାର ପାକିସ୍ତାନରୁ ଅମୃତସରକୁ ଚାଲି ଆସିଥିଲେ। ତା’ ବାପା ମହେନ୍ଦ୍ର ସିଂହ ପଂଜାବର ଏକ କମ୍ପାନିରେ କାମ କରନ୍ତି। ପନ୍ନୁନର ଜଣେ ଭାଇ ଅଛି ଏବଂ ତା’ ନାଁ ହେଉଛି ମଗୱନ୍ତ ସିଂହ।

ତଦନ୍ତ ଦାବିକଲେ କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଭାରତ ସହ ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି, କିନ୍ତୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି କହିଛନ୍ତି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତବିରୋଧୀ ଅଭିଯୋଗ ପରେ କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀ ବିଲ ବ୍ଲେୟାର ଉପରୋକ୍ତ ବୟାନ ଦେଇଛନ୍ତି।
ବ୍ଲେୟାର କହିଛନ୍ତି, ଆମେ ବୁଝିପାରୁଛୁ ଯେ ଭାରତ ସହ ଆମର ସମ୍ପର୍କକୁ ନେଇ ଏହା ଏକ ଚ୍ୟାଲେଞ୍ଜିଂ ପ୍ରସଙ୍ଗ ହୋଇପାରେ। କିନ୍ତୁ ଏହା ସହିତ ଆମେ ଉପଯୁକ୍ତ ତଦନ୍ତ କରି ସତ ସାମ୍ନାକୁ ଆଣିବୁ। ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ଆମର ସାର୍ବଭୌମତ୍ୱ ଉଲ୍ଲଂଘନକୁ ନେଇ ଉଦ୍‌ବେଗ ପ୍ରକାଶ କରିବାର ଯଥେଷ୍ଟ କାରଣ ରହିଛି ବୋଲି ସେ କହିଛନ୍ତି। ଆମେରିକାର ଶୀର୍ଷ କୂଟନୀତିଜ୍ଞ ଡେଭିଡ୍ କୋହେନ୍ ଦାବି କରିଛନ୍ତି ଯେ, ‘ଫାଇଭ୍ ଆଇଜ୍’ ଅଂଶୀଦାରମାନଙ୍କ ମଧ୍ୟରେ ଆବଣ୍ଟିତ ଗୁଇନ୍ଦା ସୂଚନା ହିଁ ଜଷ୍ଟିନ ଟ୍ରୁଡୋଙ୍କୁ ଭାରତ ବିରୋଧରେ ଅଭିଯୋଗ କରିବାକୁ ପ୍ରେରିତ କରିଥିଲା। ଗତ ସପ୍ତାହରେ କାନାଡା ପ୍ରଧାନମନ୍ତ୍ରୀ ବିସ୍ଫୋରକ ଅଭିଯୋଗ ଆଣିଥିଲେ ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ଗୁଳି କରିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି। କାନାଡା ଘୃଣ୍ୟ ଅପରାଧ ଓ ହିଂସାକୁ ରାଜନୈତିକ ଭାବେ ପ୍ରୋତ୍ସାହିତ କରୁଥିବା ଭାରତ ଅଭିଯୋଗ କରିଛି। କାନାଡାରେ ଥିବା ନିଜ ନାଗରିକ ଏବଂ ସେଠାକୁ ଯାତ୍ରା କରିବାକୁ ଚିନ୍ତା କରୁଥିବା ଲୋକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ଏହି ଅଭିଯୋଗକୁ ନେଇ ୱାସିଂଟନ ଗଭୀର ଭାବରେ ବିଚାର କରୁଛି ଏବଂ ସେମାନେ ଏହି ମାମଲାରେ ଉତ୍ତରଦାୟିତ୍ୱ ଦେଖିବାକୁ ଚାହୁଛନ୍ତି। କାନାଡାରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଆପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରମାଣ ଦିଆଯାଇଥିଲେ ମଧ୍ୟ କାନାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଭାରତ ଅଭିଯୋଗ କରିଛି। ଜୁନ୍ ମାସରେ କାନାଡାର ଏକ ଗୁରୁଦ୍ୱାରା ବାହାରେ ୪୫ ବର୍ଷୀୟ ନିଜାରକୁ ଗୁଳି କରି ହତ୍ୟା କରାଯାଇଥିଲା।

ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ ପାଇଁ ଯୋଜନା
ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଟିପ୍ପଣୀ ରଖିବା ପରଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଗୋଷ୍ଠୀ ଏହାର ସଦସ୍ୟମାନଙ୍କୁ କାନାଡ଼ାର ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛି। କାନାଡ଼ାରେ ଶିଖ୍‌ଙ୍କ ପାଇଁ ନ୍ୟାୟ ଦାବି କରୁଥିବା ଏକ ଅନୁଷ୍ଠାନର ଜଣେ ନିର୍ଦ୍ଦେଶକ ଜତିନ୍ଦର ସିଂହ ଗ୍ରେୱାଲ କହିଛନ୍ତି, ତାଙ୍କ ଅନୁଷ୍ଠାନ ଟରଣ୍ଟୋ, ଓଟା‌ୱା ଏବଂ ଅନ୍ୟାନ ସ୍ଥାନରେ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନର ନେତୃତ୍ବ ନେବ। ଗ୍ରେୱାଲ କହିଛନ୍ତି, ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାପାଇଁ ଆମେ କାନାଡ଼ାକୁ କହିଥିଲୁ। ନିଜାର ହତ୍ୟା ଘଟଣାକୁ ନେଇ ଜନ ସଚେତନତା ବୃଦ୍ଧି କରିବାକୁ ଏହି ଆନ୍ଦୋଳନ ହେଉଛି ବୋଲି ସେ କହିଛନ୍ତି। ଖଲିସ୍ତାନୀ ଗୋଷ୍ଠୀ ଏସଏଫ୍‌ଜେ (ସିଖ୍‌ସ ଫର୍‌ ଜଷ୍ଟିସ୍‌) ଦ୍ବାରା ଆନ୍ଦୋଳନ ଡାକରା ଦିଆଯାଇଥିବାବେଳେ ଟ‌ରଣ୍ଟୋ, ଓଟାୱା ସ୍ଥିତ ଭାରତୀୟ ଦୂତାବାସ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସ୍ଥିତି ଯାଞ୍ଚ ପାଇଁ ସ୍ଥାନୀୟ ପୁଲିସ ଏବଂ ସଂଘୀୟ ପୁଲିସ ମୁତୟନ ହୋଇଛନ୍ତି।

ଲଖବୀରର ୪୮ ଠିକଣାରେ ଚଢ଼ଉ
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲଣ୍ଡା ଏବଂ ତା’ର ଅନ୍ୟ ସହଯୋଗୀଙ୍କର ଫିରୋଜପୁର ଏବଂ ନିକଟସ୍ଥ ଅଞ୍ଚଳରେ ପ୍ରାୟ ୪୮ଟି ସ୍ଥାନରେ ପଂଜୀବ ପୁଲିସ ଚଢ଼ଉ କରିଛି। ନିକଟ‌ରେ ଏନ୍‌ଆଇଏ ଲଣ୍ଡା, ହରୱିନ୍ଦର ସିଂହ ସନ୍ଧୁ ଓରଫ ରିଣ୍ଡା ଏବଂ ବାବ୍ବର ଖଲ୍‌ସା ଇଣ୍ଟରନେସନାଲ (ବିକେଆଇ)ର ୩ ଜଣ ସଞ୍ଚାଳକଙ୍କ ସଂକ୍ରାନ୍ତରେ ଖବର ଦେବାପାଇଁ ଅର୍ଥ ରାଶି ଘୋଷଣା କରିଥିଲା। ଲଣ୍ଡା ଏବଂ ରିଣ୍ଡା ପାଇଁ ୧୦ ଲକ୍ଷ ଅର୍ଥ ରାଶି ଘୋଷଣା ହୋଇଥିବାବେଳେ ପରମିନ୍ଦର ସିଂହ କାଇରା ଓରଫ ପଟ୍ଟୁ, ସତନାମ ସିଂହ ଓରଫ ସତବୀର ସିଂହ ଓରଫ ସତ୍ତ ଏବଂ ୟଦବିନ୍ଦର ସିଂହ ପାଇଁ ୫ ଲକ୍ଷ ରାଶି ଘୋଷଣା ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button