ଦେଶ

ମଣିପୁର ହିଂସା; ୨୭ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେଲା ସିବିଆଇ – Ibnodisha

[ad_1]

– ୧୯ ମହିଳା ଅତ୍ୟାଚାର ମାମଲା ସାମିଲ
ନୂଆଦିଲ୍ଲୀ : ମଣିପୁରରେ ଜାରୀ ଜାତିଗତ ହିଂସା ମାମଲାରେ ଜଡ଼ିତ ୨୭ଟି ଏଫ୍‌ଆଇଆର୍ ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତକୁ ନେଇଛି । ଏହା ମଧ୍ୟରେ ମହିଳାଙ୍କ ବିରୋଧରେ ୧୯ଟି ଅତ୍ୟାଚାର ମାମଲା ସାମିଲ । ଏହା ବ୍ୟତୀତ ଥାନାରୁ ଅସ୍ତ୍ରଶସ୍ତ୍ରୁ ଲୁଟ୍ ସମ୍ପର୍କୀତ ତିନିଟି ଏବଂ ଦୁଇଟି ହତ୍ୟା ମାମଲା ସହିତ ଗୋଟିଏ ଲେଖାଏଁ ଦଙ୍ଗା, ଅପହରଣ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ସିବିଆଇ ତଦନ୍ତ ପରିସରକୁ ଆସିଛି । କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାଗୁଡ଼ିକୁ ପୁଣିଥରେ ପଞ୍ଜୀକୃତ କରିଥିବା ବେଳେ ସମ୍ବେଦନଶୀଳତା କାରଣରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ । ରାଜ୍ୟରେ ମେ ୩ ତାରିଖରୁ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାରୀ ଜାତିଗତ ହିଂସାରେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇସାରିଛନ୍ତି ।

ସେହିପରି ଏକ ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୬୫ ହଜାର ଲୋକ ବାସଚ୍ୟୁତ ହୋଇ ରିଲିଫ୍ କ୍ୟାମ୍ପ୍ ସହିତ ପଡ଼ୋଶୀ ରାଜ୍ୟରେ ଆଶ୍ରୟ ନେଇଛନ୍ତି । ଇତିମଧ୍ୟରେ ଏଜେନ୍ସି ଅପରାଧସ୍ଥଳ ପରିଦର୍ଶନ କରିବା ସହିତ କେତେକ ସନ୍ଦିଗ୍ଧ ଏବଂ ପୀଡ଼ିତଙ୍କୁ ପଚରା ଉଚରା ମଧ୍ୟ ଆରମ୍ଭ କରିଛି । ମଣିପୁର ହିଂସା ମାମଲାର ତଦନ୍ତ ସିବିଆଇର ୫୩ ଜଣ ଅଧିକାରୀ କରୁଛନ୍ତି । ଏହା ମଧ୍ୟରେ ୨୯ ମହିଳା ଅଧିକାରୀ ମଧ୍ୟ ରହିଛନ୍ତି । ଏହି ଅଧିକାରୀମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥିବା ସିବିଆଇ ଅଫିସ୍‌ରୁ ବଛାଯାଇଛି । ମଣିପୁରରେ ସମାଜ ଜାତୀୟ ଆଧାରରେ ବିଭାଜିତ ହୋଇଥିବାରୁ ଏଜେନ୍ସିକୁ ବହୁ ଚ୍ୟାଲେଞ୍ଜ୍ ସାମ୍ନା କରିବାକୁ ପଡ଼ୁଛି । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ନେଇ ସିବିଆଇ ବିରୋଧରେ ପକ୍ଷପାତ ଅଭିଯୋଗ ମଧ୍ୟ ଲାଗିପାରେ ।

ଏପରି ସ୍ଥିତିରେ ବହୁ ଗମ୍ଭୀରତାର ସହିତ ତଦନ୍ତ କରାଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି । ମଣିପୁର ହିଂସାରେ ଜଡ଼ିତ ୪୨ ମାମଲାର ତଦନ୍ତ ୪୨ ସ୍ପେଶାଲ୍ ଇନ୍‌ଭେଷ୍ଟିଗେଟିଂ ଟିମ୍ (ଏସ୍‌ଆଇଟି) ଦ୍ୱାରା କରାଯିବାକୁ ଅଗଷ୍ଟ ୬ ତାରିଖରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଏସ୍‌ଆଟିର କାମ ଜଣେ ଡିଆଇଜି ର‌୍ୟାଙ୍କ୍‌ର ଅଧିକାରୀ ତଦାରଖ କରିବେ ଏବଂ ଏହି ଅଧିକାରୀ ମଣିପୁର ବାହାରର ହେବେ । ୬ ଏସ୍‌ଆଇଟିର ତଦାରଖ ଦାୟିତ୍ୱ ଜଣେ ଡିଆଇଜିଙ୍କ ଅଧୀନରେ ରହିବ । ଜିଲ୍ଲା ଆଧାରରେ ଏସ୍‌ଆଇଟି ଗଠନ କରାଯିବ । ଏହି ଜାତିଗତ ହିଂସାରେ ପ୍ରାଣ ହରାଇଥିବା ୧୬୦ ଜଣଙ୍କ ମଧ୍ୟରୁ ମେ ୩-୫ ମଧ୍ୟରେ ୨୯ ଜଣ, ମେ ୨୭-୨୯ ମଧ୍ୟରେ ୨୮ ଜଣ ଏବଂ ଜୁନ୍ ୧୩ ତାରିଖରେ ୯ ଜଣଙ୍କୁ ହତ୍ୟା କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button