ନାରୀଙ୍କ ବିଷୟରେ 10ଟି ରହସ୍ୟ ପୂର୍ଣ୍ଣ କଥା ଯାହା ପ୍ରତ୍ୟକ ବ୍ୟକ୍ତି ଜାଣିଥାନ୍ତି, କିନ୍ତୁ ବୁଝିପାରନ୍ତି ନାହିଁ- Chanakya Niti

ସ୍ତ୍ରୀମାନେ ଯେତିକି ସରଳ ହୋଇଥାନ୍ତି ତା ଠାରୁ ଅଧିକ ଜଟିଳ ମଧ୍ୟ ହୋଇଥାଏ । ସ୍ତ୍ରୀ ଓ ପୁରୁଷ କେବଳ ଶାରୀରିକ ସମ୍ପର୍କରେ ନୁହେଁ ବରଂ ମାନସିକ ରୂପରେ ଭିନ୍ନ ଅଟନ୍ତି । ସ୍ତ୍ରୀ ଅନେକ ସମୟରେ ଏମିତି କିଛି କଥା କହିଥାଏ ଯାହା ସେ କହିବାକୁ ଚାହୁଁ ନଥାନ୍ତି । କେବଳ ପରିସ୍ଥିତିରେ ପଡି ଏଭଳି କରିବାକୁ ପଡିଥାଏ ସ୍ତ୍ରୀକୁ । ସ୍ତ୍ରୀର ମନ ବୁଝିବା ଏତେ ସହଜ ନୁହେଁ ପୁରୁଷ ମାନଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ନାରୀ ମାନଙ୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କେବେ ବି କେହି ବୁଝି ପାରନ୍ତି ନାହିଁ ।

୧- ନାରୀକୁ ସର୍ବଦା ସବୁଠାରୁ ଖରାପ ଲାଗିଥାଏ ଅନ୍ୟ ନାରୀର ପ୍ରଶଂସା କରିବା । ସେହି ସ୍ତ୍ରୀ ମା, ସ୍ତ୍ରୀ, ଭଉଣୀ ବା ଅନ୍ୟ କୋଣସି ହୁଅନ୍ତୁ କି ନାହିଁ ସର୍ବଦା ତାଙ୍କ ଆଗରେ ଅନ୍ୟ କାହାରି ପ୍ରଶଂସା କରିବା ଅନୁଚିତ । ଖାସ କରି ନିଜ ସ୍ତ୍ରୀଙ୍କ ଆଗରେ ଅନ୍ୟ କାହାର ପ୍ରଶଂସା କରିବା ଉଚିତ ନୁହେଁ । ଏହି କଥାକୁ ପ୍ରତେକ ପୁରୁଷ ବୁଝିବା ଦରକାର ।
୨- କୌଣସି ନାରୀ ଯଦି ଚିନ୍ତାରେ ରହିଥାନ୍ତି ତେବେ ବୁଝିବାକୁ ହେବ ସେ ଚାହୁଁଛନ୍ତି ଆପଣ ତାଙ୍କର ଦୁଃଖ କଣ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି କୌଣସି ସ୍ତ୍ରୀ ନିଜର ମନ କଥା କହୁଛି ତେବେ ତାକୁ ଭୁଲ ଅର୍ଥରେ ନ ନେଇ ତାଙ୍କର ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ ।

୩- ନାରୀ ମାନଙ୍କୁ ପଇସା ହିସାବ ରଖିବାରେ ବେସ ଆଗ୍ରହ ରହିଥାଏ । କିନ୍ତୁ ଯଦି ତାଙ୍କର ସ୍ଵାମୀ ବା ପ୍ରେମୀ ପଇସାର ହିସାବ ମାଗିଥାନ୍ତି ତେବେ ତାଙ୍କୁ ପସନ୍ଦ ଆସେ ନାହିଁ । ତେଣୁ ସ୍ତ୍ରୀ ବା ପ୍ରେମିକାଙ୍କୁ ଅଯଥା ଖର୍ଚ୍ଚ ବିଷୟରେ କହିବା ଉଚିତ ନୁହେଁ । ଏମିତି ଆଲୋଚନା ହେଲେ ନିଶ୍ଚିନ୍ତ ଭାବେ ତାଙ୍କର ମୁଡ ଖରାପ ହୋଇଯାଏ ।
୪- ପ୍ରତେକ ନାରୀ ଚାହିଁଥାନ୍ତି ନିଜର ଆବଶ୍ୟକତା ପୁରା କରିବା ପାଇଁ ଅନ୍ୟ କାହାକୁ ନ କୁହନ୍ତୁ । ସେମାନେ ଚାହିଁଥାନ୍ତି ପୁରୁଷ ତାଙ୍କର ସବୁ କଥା ନ କହି ବୁଝି ପାରନ୍ତୁ ।
୫- ନାରୀ ନିଜର ବନ୍ଧୁ ବା ପରିବାର ସହ ରହିଥିଲେ ମଧ୍ୟ ନିଜର ସାଥିଙ୍କ ସାଥ ସର୍ବଦା ଖୋଜିଥାଏ । ସେ ଚାହିଁଥାଏ ତାର ସାଥିର କେନ୍ଦ୍ରବିନ୍ଦୁ ସେ ନିଜେ ରୁହନ୍ତୁ । ସେ ଛୋଟରୁ ଛୋଟ କଥା ନିଜ ସାଥଙ୍କ ସହ ଶେୟାର କରିବାକୁ ଇଚ୍ଛା କରନ୍ତି ।

୬- ନାରୀଙ୍କୁ ଚୁପ ରହିବା ଓ ପାଠ ପଢିବା ବହୁତ ଭଲ ଲାଗିଥାଏ । ନାରୀଙ୍କୁ ଅନ୍ୟ କାହାର ସ୍ପର୍ଶ ବହୁତ ରୋମାଣ୍ଟିକ କରିଥାଏ ତ ଆଉ କାହାର ସ୍ପର୍ଶ କୁ ଖରାପ କଥାର ଇସାରା ଦେଇଥାଏ । ସ୍ବାମୀ ସ୍ତ୍ରୀଙ୍କ ହାତ ଧରିବା ବା ହକ କରିବା ତାଙ୍କୁ ବହୁତ ଭଲ ଲାଗିଥାଏ ଯାହା ପୁରୁଷ ବୁଝିବା ଉଚିତ ।
୭- ଯଦି ନାରୀ ବିନା କାରଣରେ ସ୍ଵାମୀଙ୍କ ଉପରେ ରାଗିଥାଏ ତେବେ ଜାଣିବେ ତାଙ୍କ ମନରେ କିଛି ଦୁଃଖ ରହିଛି ଯାହାକୁ ପୁରୁଷ ବୁଝିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

୮- ଶାରୀରିକ ସମ୍ବନ୍ଧକୁ ନେଇ ନାରୀ ମାନେ ବହୁତ ଭାବନାତ୍ମକ ହୋଇଥାଏ । ଏହି ସମୟରେ ସେମାନେ ନିଜ ସାଥୀଠୁ ଆସା ରଖନ୍ତି କି ଏହା କେବଳ ଶାରୀରିକ ନ ହୋଇ ମାନସିକ ଓ ଆତ୍ମାର ମିଳନ ହେଉ ।
୯- ନାରୀ ଯେତେ ବି କଠିନ ଓ ଜଟିଳ ହେଇଥାଉ ନା କାହିଁକି ସେ ଏଭଳି ପାର୍ଟନର ଚାହନ୍ତି ଯିଏ ତାଙ୍କୁ ବୁଝୁ ଥିବେ ତାଙ୍କର ସବୁ ଦୁର୍ବଳତା ଜାଣି ମଧ୍ୟ ତାଙ୍କୁ ସମ୍ପୁର୍ଣ୍ଣ ରୂପେ ସ୍ଵୀକାର କରୁଥିବେ ।
୧୦- ଏମାନେ ସବୁବେଳେ ନିଜଠାରୁ ଅଧିକ ନିଜ ପରିବାର ଓ ଜୀବନସାଥିଙ୍କ କେୟାର କରନ୍ତି, ସେଥିପାଇଁ ସେମାନେ ମଧ୍ୟ ନିଜ ସାଥି ଠାରୁ କିଛି ଆଶା ରଖନ୍ତି । ଆଉ ସେଇଟା ହେଉଛି ତାଙ୍କର ପ୍ରଶଂସା । ଆପଣକୁ ଯେବେବି ସମୟ ମିଳୁଛି ଆପଣ ତାଙ୍କ ପାଇଁ ନିଶ୍ଚୟ କିଛି ଉପହାର ନେଇ ଆସନ୍ତୁ ଓ ତାଙ୍କୁ ତାଙ୍କ ଭଲ ପାଇବା ଓ କେୟାର ପାଇଁ ଧନ୍ୟବାଦ ଜଣାନ୍ତୁ ।




