ଦେଶ

ଟାଏ ଠିକ୍ କରିବା ପରେ ଏ‌ବେ ସ୍ବାମୀଙ୍କ ପାଇଁ ଛତା ଧରି ମନ କିଣିଲେ ଅକ୍ଷତା, ସାଙ୍ଗ ହୋଇ ଗଲେ ମନ୍ଦିର – Ibnodisha

[ad_1]

ନୂଆଦିଲ୍ଲୀ: ଟାଏ ଠିକ୍ କରିବା ପରେ ଏ‌ବେ ସ୍ବାମୀଙ୍କ ପାଇଁ ଛତା ଧରି ମନ କିଣିଲେ ଅକ୍ଷତା। ଦିଲ୍ଲୀରେ ୨ଦିନିଆ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶ୍ବର ୨୦ଟି ଶକ୍ତିଶାଳୀ ଦେଶର ନେତା ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଯିଏ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ସହ ଭାରତ ଆସିଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ପ୍ରଥମ କରି ଭାରତ ଆସିବା ପରେ ମନ୍ଦିର ନିଶ୍ଚୟ ଯିବି ବୋଲି କହିଥିଲେ। ଆଜି ନିଜ କଥା ରଖି ପତ୍ନୀଙ୍କ ସହ ଋଷି ସୁନକ ଦିଲ୍ଲୀର ଅକ୍ଷରଧାମ ମନ୍ଦିରକୁ ଯାଇଥିବା ଦେଖାଯାଇଥିଲା।

4 moments from Rishi Sunak-Akshata Murty's India trip that are couple goals - India Today

ତେବେ ଏହି ସମୟରେ ଅକ୍ଷତା ସ୍ବାମୀ ଋଷି ସୁନକଙ୍କ ପାଇଁ କିଛି ଏଭଳି କରିଥିଲେ, ଯାହା ପାଇଁ ପୁଣି ଥରେ ସେ ଭାରତୀୟଙ୍କ ପ୍ରଶଂସା ସାଉଁଟିଛନ୍ତି। ଅକ୍ଷରଧାମ ମନ୍ଦିର ପରିସରରେ ସ୍ବାମୀ ଋଷି ସୁନକଙ୍କ ପାଇଁ ଅକ୍ଷତା ଛତା ଧରିଥିବାର ଫଟୋ ଭାଇରାଲ ହେବା ପରେ ଦମ୍ପତି ହେବ ତ ଏମିତି ବୋଲି ଲେ‌ାକେ କହିବା ଆରମ୍ଭ କରିଛନ୍ତି।

ଏହା ପୂର୍ବରୁ ଶୁକ୍ରବାର ଭାରତରେ ପହଞ୍ଚିବା ପରେ ଅକ୍ଷତ‌ା ନିଜ ଇନଷ୍ଟାରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସ୍ବାମୀଙ୍କ ଟାଏ ଠିକ କରୁଥିବାର ନଜର ଆସିଥିଲା। ଫଟୋରେ ପାଲମ ବିମାନବନ୍ଦରରେ ଅକ୍ଷତା ମୂର୍ତ୍ତୀ ବିମାନରୁ ବାହାରିବା ପୂର୍ବରୁ ତାଙ୍କ ସ୍ୱାମୀ ସୁନକଙ୍କ ଟାଏ ଠିକ୍ କରିଥିବା ଦେଖାଯାଇଥିଲା। ଏହି ଫଟୋରେ ନଜର ଆସୁଥିବା ସରଳତା ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଜୀବନର ଝଲକ ପ୍ରଦାନ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button