ଦେଶ

ରିଲସ୍ ବନାଇବା ନିଶାରେ ମହିଳା ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ – Ibnodisha

[ad_1]

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ରିଲସ ବନାଇବାର ନିଶାରେ ପିଲା ଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ବାଉଳା ହୋଇପଡ଼ିଛନ୍ତି। ଏହି ରିଲସ ନିଶା କିଛି ଲୋକଙ୍କୁ ଷ୍ଟାର ବନାଉଥିବା ବେଳେ ଆର୍ଥିକ ରୂପେ ମଧ୍ୟ ସାହାଯ୍ୟ କରୁଛି। କିନ୍ତୁ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏହି ନିଶା ଅନେକ ପରିବାର ନଷ୍ଟ କରିବା ସହିତ କିଛିଲୋକଙ୍କ କ୍ୟାରିୟର ବି ନଷ୍ଟ ‌କରି ଦେଇଛି।ନିକଟରେ ଜଣେ ଶିକ୍ଷୟତ୍ରୀ ଇଂଷ୍ଟାଗ୍ରାମରେ ନିଜର ଫଲୋଅର୍ସ ବଢାଇବାକୁ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ଚାରିଆଡେ ସମାଲୋଚନା କରାଯାଉଛି। ଶିକ୍ଷୟତ୍ରୀ ଜଣକ ପିଲାଙ୍କୁ ଶିକ୍ଷା ଦେଉଥିବା ବେଳେ ଏମିକି କ‌ାମ କେମିତି କରି ପାରିଲେ ବୋଲି ଲୋକ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଇଟୱାର ଇକାଦିଲ ନଗର ପଞ୍ଚାୟତ ଅଞ୍ଚଳରେ ଥିବା ଏକ ପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ ଇନଷ୍ଟାଗ୍ରାମରେ ରିଲସ କରିଥାଆନ୍ତି। ତେବେ ସେ ଇନଷ୍ଟାଗ୍ରାମରେ ଫଲୋୟୋର୍ସଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଜର ଅଶ୍ଳୀଳ ଭିଡିଓ ପୋଷ୍ଟ କରି ଦେଇଥିଲେ। ଏହି ଭିଡିଓ ଅପଲୋଡ ହେବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଥିଲା । ହେଲେ ଯେଉଁ ସ୍କୁଲରେ ଏହି ଶିକ୍ଷୟତ୍ରୀ ଜଣଙ୍କ ପାଠ ପଢାଉଥିଲେ ସେହି ସ୍କୁଲର କିଛି ଛାତ୍ରଙ୍କ ଅବିଭାବକ ଏହାକୁ ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ ବାହାର କରିଦେବାକୁ ଅବିଭାବକମାନେ ଦାବି କରିଛନ୍ତି ।  ଏଥିସହିତ ଏହି ଭିଡିଓକୁ ଶିକ୍ଷା ଅଧିକାରୀ ଦେଖିବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button