ମୋଦିଙ୍କ ଗୀତରେ ଝୁମିଲେ ୧.୨୧ ଲକ୍ଷ ଲୋକ – Ibnodisha
[ad_1]
ମୁମ୍ଵାଇ : ଶରତ ପୂର୍ଣ୍ଣିମା ଅବସରରେ ଶନିବାର ଗୁଜରାଟର ରାଜକୋଟରେ ଗର୍ବା ଖେଳିବାର ବିଶ୍ୱରେକର୍ଡ ସ୍ଥାପିତ ହୋଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଖିତ ଗର୍ବା ଗୀତ ‘ମାଡି’ର ତାଳେ ତାଳେ ପ୍ରାୟ ୧.୨୧ ଲକ୍ଷ ଲୋକ ଏକସଙ୍ଗରେ ଗର୍ବା ଖେଳିଥିଲେ । ଏହି କାର୍ଯ୍ୟକ୍ରମ ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍, ଇଣ୍ଡିଆନ୍ ଟ୍ରାଡିସନାଲ ବୁକ୍ ଅଫ୍ ରେକର୍ଡସ୍, ୱାର୍ଲଡ ରେକର୍ଡସ୍ ଇଣ୍ଡିଆରେ ସ୍ଥାନ ପାଇଛି । ବିଜେପିର ପ୍ରଦେଶ ଅଧ୍ୟକ୍ଷ ସି.ଆର ପାଟିଲ ଏହାର ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ।
ଦଳର ପ୍ରଦେଶ ଉପାଧ୍ୟକ୍ଷ ଭରତ ବୋଗରାଙ୍କ ନେତୃତ୍ୱରେ ରେସ୍କୋର୍ସ ମୈଦାନରେ ଅନୁଷ୍ଠିତ ହୋଇଥିଲା ଏହି ଭବ୍ୟ କାର୍ଯ୍ୟକ୍ରମ । ପ୍ରାୟ ୫ ଲକ୍ଷ ବର୍ଗ ମିଟରର ମୈଦାନରେ ବଲିଉଡ୍ କଳାକାର ପାର୍ଥିବ ଗୋହିଲ ଏବଂ ତାଙ୍କ ଟିମ୍ ସହିତ ଲୋକମାନେ ଏକସଙ୍ଗରେ ଗର୍ବା ଖେଳିବାର ମଜା ନେଇଥିଲେ । ବିଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଗର୍ବା ଖେଳିବା ସମୟରେ ଲୋକଙ୍କର ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବାବେଳେ ତାକୁ ଧ୍ୟାନରେ ରଖି କାର୍ଯ୍ୟକ୍ରମସ୍ଥଳରେ ୩୦ଟି ମେଡିକାଲ ଟିମ୍ ଏବଂ ୧୦ଟି ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲା ।
ଯୁବପିଢ଼ିଙ୍କୁ ଆକୃଷ୍ଠ କରିବା ଲାଗି ୨୦ଟି ସେଲ୍ଫି ପଏଣ୍ଟ ରହିଥିଲା । ବିଶ୍ୱରେକର୍ଡ ସ୍ଥାପନ ସହିତ ସାମାଜିକ ବାର୍ତ୍ତା ଦେବା ଏହି ଗର୍ବା ଆୟୋଜନର ଉଦ୍ଦେଶ୍ୟ ଥିଲା। ରାଜକୋଟକୁ ଡ୍ରଗ୍ସ ମୁକ୍ତ ବନାଇବା ଲାଗି ସମାରୋହରେ ସାମିଲ ଲୋକଙ୍କୁ ସଂକଳ୍ପ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗର୍ବା ଗୀତକୁ କିଛି ବର୍ଷ ପୂର୍ବରୁ ଲେଖିଥିଲେ ।
[ad_2]