IBN ଓଡ଼ିଶା ବ୍ୟୁରୋ

70 ବର୍ଷ ହେବା ଯାଏଁ କଳା ରହିବ କେଶ, 100 ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ, ଆଜି ପ୍ରୟୋଗ କରନ୍ତୁ ଏହି ଚମତ୍କାରୀ ପତ୍ର ଏବଂ ଫୁଲ

ଠାକୁର ପୂଜାରେ ବ୍ୟବହୃତ ହେଉଥିବା ମନ୍ଦାର ଫୁଲ ଏବଂ ଏହାର ପତ୍ର ଏକ ଚମତ୍କାରୀ ଆୟୁର୍ବେଦିକ ଔଷଧ ଅଟେ । ଯାହା କେଶ ପାଚିବା ଓ ଝଡିବା, ଏନିମିଆ ବା ରକ୍ତ ଅଭାବ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଅର୍ଶ, କୋଲେଷ୍ଟ୍ରୋଲ, ଡାଇବେଟିସ, ବ୍ଲଡ଼ ପ୍ରେସର ଏବଂ କିଡନୀ ଷ୍ଟୋନ ଭଳି ସମସ୍ଯାକୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ । ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ମଧ୍ୟ ଏହି ବନସ୍ପତି ବହୁ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ମନ୍ଦାର ଗଛର ଉପକାରିତା ।

ଆପଣ ଯେକୌଣସି ରଙ୍ଗର ମନ୍ଦାର ବ୍ୟବହାର କରିପାରିବେ, କିନ୍ତୁ ଲାଲ ରଙ୍ଗର ମନ୍ଦାର ସବୁଠୁ ଅଧିକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଥାଏ । ପ୍ରଥମେ ଆପଣ କିଛି ପତ୍ର ଏବଂ ଫୁଲ ତୋଳି ଆଣନ୍ତୁ ଓ ଏହାକୁ ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଅନେକ ସମୟରେ ପାଟି ଭିତରେ ଇନଫେକ୍ସନ ହୋଇ ଧଳା ଧଳା ହୋଇ ଶିଥୁଳିଆ ଉଠେ । ଏପରି ହୋଇଥିଲେ ମନ୍ଦାର ପତ୍ରର ପ୍ରୟୋଗ ଦ୍ଵାରା ଶିଥୁଳିଆ ଦୁଇ ଦିନରେ ଠିକ ହୋଇଯାଏ ।

ମନ୍ଦାର ପତ୍ରକୁ ହେମଦସ୍ତାରେ ଛେଚି ଏହାର ପେଷ୍ଟ ବନାନ୍ତୁ । ଆପଣ ଏହାର ପେଷ୍ଟ ଏବଂ ରସ ଉଭୟକୁ ବ୍ୟବହାର କରିପାରିବେ । ମନ୍ଦାର ପତ୍ର ପେଷ୍ଟକୁ ଆପଣ ସିଧା ନିଜ କେଶରେ ଲଗାଇ ପାରିବେ କିମ୍ବା ଏହି ପେଷ୍ଟରେ ନଡିଆ ତେଲ ମିଶାଇ ପ୍ରୟୋଗ କରିପାରିବେ । ଏହି ପେଷ୍ଟକୁ କେଶରେ ଲଗାଇ ୨-୩ ଘଣ୍ଟା ଯାଏଁ ସେହିପରି ଛାଡି ଦିଅନ୍ତୁ ।

ସପ୍ତାହରେ ୨-୩ରୁ ଏଭଳି କରିବା ଦ୍ଵାରା କେଶ ଝଡିବା ବନ୍ଦ ହେବା ସହ କେଶ ପାଚିବା ମଧ୍ୟ ବନ୍ଦ ହୋଇଯିବ । ଏହାଛଡା ଯଦି ପେଟରେ ଅତ୍ୟଧିକ ଯନ୍ତ୍ରଣା ହେଉଛି ତେବେ ୫-୭ମିଳି ମନ୍ଦାର ରସ ପିଇବା ଦ୍ଵାରା ପେଟବ୍ଯଥା ଭଳି ସମସ୍ଯା ଭଲ ହୋଇଥାଏ । ଯଦି ଜଏଣ୍ଟ ପେନ୍ ଭଳି ସମସ୍ଯା ରହିଛି ତେବେ ଏହାର ଫୁଲକୁ ବାଟି ପେଷ୍ଟ ବନାନ୍ତୁ ଓ ଜଏଣ୍ଟ ପେନ୍ ହେଉଥିବା ସ୍ଥାନରେ ଲେପ ଦିଅନ୍ତୁ ।

ଦେଖିବେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ ହେବାସହ ଫୁଲା ମଧ୍ୟ କମିଯିବ । ସେହିପରି ମନ୍ଦାର ଫୁଲର କାଢା ବନେଇ ସେବନ କରିବା ଦ୍ଵାରା ଥଣ୍ଡା, କଫ ଓ କାଶରୁ ବହୁଶୀଘ୍ର ଫାଇଦା ମିଳିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି ତେବେ ଏକ ଗ୍ଳାସ କ୍ଷୀର ସହ ମନ୍ଦାର ଫୁଲର ଚୂର୍ଣ୍ଣ ମିଶାଇ ଯଦି ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବେ ତେବେ ଏହି ସମସ୍ଯା ମଧ୍ୟ ଭଲ ହେବ ।

ଆପଣ ମନ୍ଦାର ଫୁଲକୁ ଶୁଖାଇ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରିପାରିବେ କିମ୍ବା ସିଧାସଳଖ ମାର୍କେଟରୁ ଏହା କିଣିପାରିବେ । ସେହିପରି ଅର୍ଶ ସମସ୍ଯା ଥିଲେ ମନ୍ଦାର କଢକୁ ନେଇ ଘିଅରେ ଭାଜନ୍ତୁ ଏବଂ ସେଥିରେ ମିଶ୍ରି ଓ କେଶର ମିଶାଇ ସେବନ କରନ୍ତୁ । ଦେଖିବେ ଅର୍ଶ ଭଳି ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯିବ ।

ମନ୍ଦାର ଫୁଲରେ ଚାହା ପ୍ରସ୍ତୁତ କରି ପିଇବା ଦ୍ଵାରା ଡାଇବେଟିସ, ବ୍ଲଡ଼ ପ୍ରେସର ଏବଂ କିଡନୀ ଷ୍ଟୋନ ଭଳି ସମସ୍ଯା ଭଲ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button