ରାଜ୍ୟ

ଆଜି ପବିତ୍ର ସରସ୍ବତୀ ପୂଜା – Ibnodisha

[ad_1]

ଭୁବନେଶ୍ବର: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଏ । ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜାର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ । ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ । ବିଶେଷ କରି ଛୋଟ ଛୋଟ ପିଲାଙ୍କର ବିଦ୍ୟା ଆରମ୍ଭ, ନୂତନ ଗୃହ ଆରମ୍ଭ, ଗୃହ ପ୍ରତିଷ୍ଠା, ଛୋଟ ପିଲା ମାନଙ୍କର ଅନ୍ନ ପ୍ରସନ୍ନ ଖାଲି ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥ କାଠ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା’ ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button