ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ – Ibnodisha

[ad_1]

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ସମେତ ରାଜ୍ୟର ୫ଟି ମେଡିକାଲ କଲେଜ ଓ ହସ୍ପିଟାଲକୁ ଭିଡିଓ କନଫରେନସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନୀ ସମାରୋହ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ , ସିଡିଏମଓ, ମେଡିକାଲ କଲେଜ ଡିନ ଙ୍କ ସହିତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ଡ଼ା ସି ଏସ ରାଜନ ଏକ୍କା , ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ପଦ୍ମଶ୍ରୀ ଡ. ଦିଲୀପ ତିର୍କି , ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ବିନୟ ଟପ୍ପୋ ପ୍ରମୁଖ ଉପସ୍ଥିତ ରହିଥିଲେ। ୨୦୧୪ ମସିହାରେ ଏନଟିପିସି ପକ୍ଷରୁ ୪୧୭.୭୭ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଠାରେ ୨୧ ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୧୩ ଜଣ ଡାକ୍ତର ଓ ୧୯୦ ରୁ ଅଧିକ ନର୍ସ ରହିଛନ୍ତି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଉପରେ ସୁନ୍ଦରଗଡ଼ ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡର ଲୋକେ ନିର୍ଭର କରିଥାନ୍ତି। ସରକାରୀ କଲେଜ ଓ ହସ୍ପିଟାଲ ଉଦଘାଟନ ହେବା ପରେ ଅଧିକ ଲୋକେ ଉପକୃତ ହୋଇପାରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button