ରାଜ୍ୟ

ସିବିଏସ୍‌ଇ ମାଇଗ୍ରେସନ୍‌ ସାର୍ଟିଫିକେଟର ମିଳିବ ଡିଜିଟାଲ୍‌ କପ୍‌, ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପିଲା ପାଇପାରିବେ

ଭୁବନେଶ୍ୱର,୧୦/୦୯: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ନୂଆ ନିଷ୍ପତ୍ତି । ଏଣିକି ମାଇଗ୍ରେସନ୍ ସାର୍ଟିଫିକେଟ୍ର ମିଳିବ ସଫ୍ଟ କପି । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପିଲାଙ୍କ ମାଇଗ୍ରେସନ୍ ସାର୍ଟିଫିକେଟ୍ ମିଳିବ । ମାଇଗ୍ରେସନ୍ ସାର୍ଟିଫିକେଟର ନକଲ କାଗଜ ପାଇଁ ହେଉଥିବା ଅସୁବିଧାର ସମାଧାନ ହୋଇପାରିବ ।

କେବଳ ଏତିକି ନୁହେଁ ମାର୍କ ସିଟ୍ କମ୍ ଉତ୍ତୀର୍ଣ୍ଣ ସାର୍ଟିଫିକେଟ୍ ମଧ୍ୟ ମିଳିବ । ଏନେଇ ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ ଏହା ମଧ୍ୟ ଦର୍ଶାଇଯାଇଛି, ନକଲ କାଗଜ ସହ ସଫ୍ଟ କପି ମଧ୍ୟ ପିଲାଙ୍କୁ ଯୋଗାଇ ଦିଆଯିବ । ଡିଜି ଲକରରେ ଏହା ଉପଲବ୍ଧ ରହିବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିକଟରେ କୁହାଯାଇଛି, ଉଚ୍ଚତର ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ସାର୍ଟିଫିକେଟର ଡିଜିଟାଲ କପି ଶିକ୍ଷାନୁଷ୍ଠାନରେ ଗ୍ରହଣୀୟ ହେବ । ଏହି ଡିଜିଟାଲ କପି ବୋର୍ଡ ପକ୍ଷରୁ ଜାରି ହୋଇଥିବା ଆବଶ୍ୟକ । ଏଥିସହ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ୨୦୨୫ ବାର୍ଷିକ ପରୀକ୍ଷା ଠାରୁ ଏହାକୁ ଲାଗୁ କରାଯିବ । ଏହାକୁ ପିଲାମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ବ୍ୟବହାର କରିପାରିବେ । ତେବେ ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ପରୀକ୍ଷା ଫି ସମୟରେ ଅର୍ଥ ପୈଠ ହେଉଥିବାରୁ ଆଉ ଦେୟ ଦେବାକୁ ପଡ଼ିବ ନାହିଁ । ଡୁପ୍ଲିକେଟ୍ ଏକାଡେମିକ୍ ଡକ୍ୟୁମେଣ୍ଟ ସିଷ୍ଟମ୍https://cbseit.in/cbse/web/dads/home.aspx ରେ ସାର୍ଟିଫିକେଟ ମିଳିପାରିବ

Related Articles

Leave a Reply

Your email address will not be published. Required fields are marked *

Back to top button