ରାଜ୍ୟ

୪୮୨ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ କଟା ହୋଇଛି ୨୬ ଲକ୍ଷ ୭୫ ହଜାର ୧୯୧ ଗଛ : ପରିବେଶ ମନ୍ତ୍ରୀ

ଭୁବନେଶ୍ଵର, ୧୦/୦୯ : ୨୦୦୦ ମସିହାରୁ ୨୦୨୩ ମସିହା ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କାଟିଛନ୍ତି ରାଜ୍ୟ ସରକାର। ସେହିପରି ଖଣି ଖନନ ପାଇଁ ୯ ଲକ୍ଷ ୬୪ ହଜାର ୬୩, ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ୯୯ ହଜାର ୬୯୦, ଜଳସେଚନ ପାଇଁ ୪ ଲକ୍ଷ ୮୯ ହଜାର ୪୨୩, ରେଳପଥ ନିର୍ମାଣ ପାଇଁ ୮୨ ହଜାର ୭୬, ବିଦ୍ୟୁତ ସରବରାହ ପାଇଁ ୧୩ ଲକ୍ଷ ୯ ହଜାର ୪୩୯, ଶିଳ୍ପ ପାଇଁ ୩ ଲକ୍ଷ ୭୫୯, ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୯୯ ହଜାର ୭୪୧ ଗଛ କଟାଯାଇଛି।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

Related Articles

Leave a Reply

Your email address will not be published. Required fields are marked *

Back to top button