ଦେଶ

ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱକୁ ଶେଖାୱତ୍‌ଙ୍କ ଖଣ୍ଡନ – Ibnodisha

[ad_1]

ଜୟପୁର : ନଭେମ୍ବର ୨୫ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ କଂଗ୍ରେସ କ୍ଷମତାସୀନ ଥିବାବେଳେ ପୁଣି କ୍ଷମତା ଅକ୍ତିଆର କରିବାକୁ ବିଜେପି ଅଣ୍ଟା ଭିଡିଛି । ଯଦିଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇନାହିଁ, ତଥାପି ଦଳ କ୍ଷମତାକୁ ଆସିଲେ ବସୁନ୍ଧରା ରାଜେ ସିନ୍ଧିଆ କିମ୍ବା କେନ୍ଦ୍ରମନ୍ତ୍ରୀ ଜଗେନ୍ଦ୍ର ସିଂହ ଶେଖାୱତ୍‌ଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ନାହାନ୍ତି ବୋଲି ଶେଖାୱତ୍ ଗୁରୁବାର ସ୍ପଷ୍ଟ କରିଛନ୍ତି । ରାଜସ୍ଥାନ ପାଇଁ ବିଜେପି ପକ୍ଷରୁ ପ୍ରଥମ ଦଫାରେ ୪୧ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ବସୁନ୍ଧରା କିମ୍ବା ଶେଖାୱତ୍ ସେଥିରେ ସ୍ଥାନ ପାଇନାହାନ୍ତି । ଯଦି ହାଇକମାଣ୍ଡ ଇଚ୍ଛାପ୍ରକାଶ କରନ୍ତି, ତେବେ ଶେଖାୱତ୍ ଯୋଧପୁରର ସର୍ଦ୍ଦାରପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବର୍ତ୍ତମାନ ଏହି ଆସନକୁ ପ୍ରତିନିଧିତ୍ୱ କରୁଥିବାବେଳେ ପୁଣି ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button