ସ୍ୱାଧୀନତା ଦିବସ ପ୍ୟାରେଡ ପାଇଁ ଟ୍ରାଫିକ୍ କଟକଣା – Ibnodisha

[ad_1]
ଭୁବନେଶ୍ୱର: ଆସନ୍ତା ତା ୧୫.୦୮.୨୦୨୩ ରିଖ ଦିନ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥୁ ନିମନ୍ତେ ଆସନ୍ତା ତା ୧୧,୦୮,୨୦୨୩ ରିଖ ଏବଂ ୧୨.୦୮.୨୦୨୩ ରିଖ ଅପରାହ୍ନ ୩ ଘଟିକା ଏବଂ ତା ୧୩.୦୮.୨୦୨୩ ରିଖ ସକାଳ ୯ ଘଟିକା ରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ । ଭୁବନେଶ୍ୱର ଏବଂ ଏହାର ଆଖ ପାଖ ଅଞ୍ଚଳ ରୁ ସ୍ୱାଧୀନତା ଦିବସ ପ୍ୟାରେଡ୍ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଆସିବାର ସମ୍ଭାବନା ଅଛି, ଯାହା ଦ୍ୱାରା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବ ।
ସର୍ବସାଧାରଣଙ୍କ ଯାତାୟାଟ ନିମନ୍ତେ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ର ସୁରକ୍ଷା କୁ ଦୃଷ୍ଟିରେ ରଖୁ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୁଲିସ୍ କମିଶନରେଟ୍ ଭୁବନେଶ୍ୱର-କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖୁ କଟକଣା ଗୁଡ଼ିକ ଲାଗୁ କରାଗଲା । ଆସନ୍ତା ତା ୧୫.୦୮.୨୦୨୩ ରିଖ ଦିନ ସକଳ ୬.୩୦ ଘଟିକା ଠାରୁ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ କୌଣସି ଯାନବାହାନ ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ (ଏମ୍.ବି.ଏସ୍. ସ୍କୁଲ୍ ଠାରୁ ସେଣ୍ଟ୍ ଜୋସେଫ୍ ସ୍କୁଲ୍) ରାସ୍ତା ଦେଇ ଯାଇପାରିବେ ନାହିଁ ।
ହାଉସିଂ ବୋର୍ଡ ଛକ ପଟୁ ରାମ ମନ୍ଦିର ଛକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡ଼ିକ ଏମ୍.ବି.ଏସ୍. ସ୍କୁଲ୍ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ, ସେହିପରି ଯେଉଁ ଗାଡ଼ି ଗୁଡ଼ିକ ରାମ ମନ୍ଦିର ଛକ ପଟୁ ହାଉସିଂ ବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ୍ ଜୋସେଫ୍ ସ୍କୁଲ୍ ଗଳି ରାସ୍ତା ରେ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ ।
ପି.ଏମ୍.ଜି ଓ କେଶରୀ ଟକୀଜ୍ ପଟୁ ଆସୁଥିବା ସମସ୍ତ ଗାଡ଼ି ଗୁଡିକୁ ଚାଲି ହୋଟେଲ୍ ଠାରୁ ସଚିବାଳୟ ମାର୍ଗ ଆଡ଼କୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ । ସଚିବାଳୟ ମାର୍ଗ କୁ ସଂଯୋଗ କରୁଥିବା ପ୍ରଦର୍ଶନୀ ପଡ଼ିଆ ର ଗେଟ୍ ନମ୍ବର- ୧ ଏବଂ ଗେଟ୍ ନମ୍ବର-୨ ସାମ୍ନାରେ ରେ ଥିବା ଗଳି ରାସ୍ତା ବନ୍ଦ ରହିବ ।
ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତା ମଧ୍ୟରେ ଥିବା ଏମ୍.ବି.ଏସ୍. ସ୍କୁଲ୍ ଠାରୁ ସେଣ୍ଟ୍ ଜୋସେଫ୍ ସ୍କୁଲ୍ ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ କିମ୍ବା ଏହାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ରହିବ । ପାରେଡ୍ ନିମନ୍ତେ ଆସୁଥିବା ଗାଡ଼ି ଗୁଡ଼ିକ ପାକିଂ କରିବା ନିମନ୍ତେ ନିର୍ଦ୍ଧାରିତ ସ୍ଥାନ :-
ଭି.ଭି.ଆଇ.ପି. ଗାଡ଼ି ଗୁଡ଼ିକ ଗେଟ୍ ନମ୍ବର-୧ ଦେଇ ଡାହାଣ ପାର୍ଶ୍ୱରେ ଥିବା ଫାଙ୍କା ସ୍ଥାନରେ ରଖିପାରିବେ ।
ଭି.ଆଇ.ପି. ଏବଂ ସମସ୍ତ ଅତିଥୁ ମାନକ ଗାଡ଼ି ଗୁଡ଼ିକ ଗେଟ୍ ନମ୍ବର-୨ ର ବାମ ପାର୍ଶ୍ୱରେ ଥିବା ଫାଙ୍କା ସ୍ଥାନରେ ରଖୁପାରିବେ ।
ଗଣମାଧ୍ୟମରୁ ଆସିଥିବା ସମସ୍ତ ଗାଡ଼ି ଗୁଡ଼ିକ ଗେଟ୍ ନମ୍ବର-୫ ର ବାମ ପାର୍ଶ୍ୱରେ ଥିବା ଫାଙ୍କା ସ୍ଥାନରେ
ରଖିପାରିବେ ।
ସର୍ବସାଧାରଣ ଓ ଆମନ୍ତ୍ରିତ ଅତିଥୀ ଗାଡ଼ି ଗୁଡ଼ିକ ଗେଟ୍ ନମ୍ବର-୫ ର ବାମ ପାର୍ଶ୍ୱରେ ଥିବା ଫାଙ୍କା ସ୍ଥାନରେ ରଖି ପାରିବେ ।
୦୫ । ପ୍ୟାରେଡ୍ ରେ ଭାଗ ନେଇଥିବା ଦଳ ଓ ପୁଲିସ୍ ବାହିନୀର ଗାଡ଼ି ଗୁଡ଼ିକ ଏମ୍.ବି.ଏସ୍. ସ୍କୁଲ୍ ଠାରୁ ସେଣ୍ଟ ଜୋସେଫ୍ ସ୍କୁଲ୍ ଗଳିରେ ରଖୁପାରିବେ ।
ଆସନ୍ତା ତା ୧୫.୦୮.୨୦୨୩ ରିଖ ଦିନ ସକଳ ୬.୩୦ ଘଟିକା ଠାରୁ ପ୍ୟାରେଡ଼ ସରିବା ପର୍ଯ୍ୟନ୍ତ ମଧୁସୂଦନ ମାର୍ଗ ମଧ୍ୟରେ ଥ?ିବା ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତା ଓ ଏହାର ଆଖପାଖରେ କେହି ଗ୍ୟାସ୍ ବେଲୁନ୍ ବିକ୍ରୀ କରିପାରିବେ ନାହିଁ । ଏହି ନିୟମର ଖୁଲାପ କଲେ ଖୁଲାପି କାରୀଙ୍କ ଠାରୁ ଓଡ଼ିଶା ଅର୍ବାନ୍ ପୁଲିସ୍ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧୂକ ୧୦୦୦ ଟଙ୍କା ର ଜୋରିମାନା ଆଦାୟ କରାଯିବ ।
[ad_2]