ରାଜ୍ୟ

ଗାଡି ସାଇଡ଼ ମାରିବାକୁ ନେଇ ମଞ୍ଚେଶ୍ବରର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ – Ibnodisha

[ad_1]

ମଞ୍ଚେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କେଳାସାହିରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଦେଖାଦେଇଛି। ଗାଡି ସାଇଡ଼ ମାରିବାକୁ ନେଇ ଏହି ଦୁଇ ସାହି ଭିତରେ ଗଣ୍ଡଗୋଳ ଉପୁଜିଥିବା ସୂଚନା ରହିଛି। ପ୍ରାୟ ୧୫ ଦିନ ତଳେ ଜଣେ ନାବାଳିକାକୁ ଆକ୍ରମଣ ଘଟଣାରେ ମୁହାଁମୁହିଁ ହୋଇଥିଲେ ଏହି ଦୁଇ ଗୋଷ୍ଠୀ। ଏହାକୁ ନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଗତକାଲି ରାତିରେ ଗଣ୍ଡଗୋଳ ହୋଇଥିବା ବେଳେ ଆଜି ତାହାକୁ ନେଇ ପୁଣି ତୁମୁଳକାଣ୍ଡ ହୋଇଛି। ଏହି ଗଣ୍ଡଗୋଳରେ ପୁଲିସ ଗାଡ଼ିକୁ ଟେକାମାଡ଼ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button