ରାଜନୀତି

ଖୁବଶୀଘ୍ର ଆସିପାରେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା – Ibnodisha

[ad_1]

ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବସିଥିଲା ବିଜେପିର ସିଇସି ବୈଠକ। ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଥିଲା । ଲୋକସଭା ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପାଇଁ ୭ଟି ରାଜ୍ୟର ପ୍ରାୟ ୯୦ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି । ଖୁବଶୀଘ୍ର ଦଳ ପକ୍ଷରୁ ଏନେଇ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହ୍ଲାଦ ଯୋଶୀ, ନିତ୍ୟାନନ୍ଦ ରାୟ, ସୁଶୀଲ ମୋଦି, ମଧ୍ୟପ୍ରଦେଶର ସିଏମ୍ ମୋହନ ଯାଦବ, ଡେପୁଟି ସିଏମ ରାଜେନ୍ଦ୍ର ଶୁକ୍ଲା ଏବଂ ଗୁଜୁରାଟର ସିଏମ୍ ଭୁପେନ୍ଦ୍ର ପଟେଲ ବୈଠକରେ ସାମିଲ ଥିଲେ । ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାର ଲୋକସଭା ଆସନ ସମ୍ପର୍କରେ ଆଲୋଚନା ହୋଇଥିଲା । ତେବେ ବିହାର, ତାମିଲନାଡୁ ଏବଂ ଓଡ଼ିଶାରେ ମେଣ୍ଟ ନେଇ ଏହି ବୈଠକରେ ଚର୍ଚ୍ଚା ଚାଲିଥିବା ବେଳେ ଏହି ରାଜ୍ୟଗୁଡିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିପାରେ। ଲୋକସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୨ ତାରିଖରେ ଜାରି କରିଥିବା ବେଳେ ୧୮ ରାଜ୍ୟରେ ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button