ଅପରାଧ

ସ୍ୱାମୀଙ୍କ ବିଭତ୍ସ ହତ୍ୟା ଦେଖି ହୃଦଘାତରେ ଚାଲିଗଲା ପତ୍ନୀଙ୍କ ଜୀବନ – Ibnodisha

[ad_1]

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୫୯ ବର୍ଷୀୟ ସ୍ୱାମୀଙ୍କ ବିଭତ୍ସ ହତ୍ୟାକାଣ୍ଡ ଦେଖିବା ପରେ ୫୬ ବର୍ଷିୟା ପତ୍ନୀ ରବିବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିଲେ। ମୃତ ବ୍ୟକ୍ତି ହେଉଛନ୍ତି ମୁର୍ତ୍ତୀ ରାଓ ଗୋଖଲେ ଏବଂ ତାଙ୍କ ପତ୍ନୀ ଶୋଭା ଗୋଖଲେ । ଅନନ୍ତପୁର ୱାନ ଟାଉନ ସର୍କଲ ଇନ୍ସପେକ୍ଟର ରେଡ୍ଡାପ୍ପାଙ୍କ ଅନୁଯାୟୀ, ଅନନ୍ତପୁରର ଜେଏନଟିୟୁ କ୍ୟାମ୍ପସ ସମ୍ମୁଖରେ ଥିବା ଏଲଆଇସି କଲୋନୀରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ଦୁଖଦଃ ଘଟଣା ଘଟିଛି। ମୁର୍ତ୍ତୀ ରାଓ ଗୋଖଲେ ଏସକେ ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପକ ଥିଲେ। ସେ ଏହା ପୂର୍ବରୁ ଅନନ୍ତ ଲକ୍ଷ୍ମୀ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ ଭାବରେ କାର୍ଯ୍ୟ କରିଥିଲେ। ପୋଲିସର ସୂଚନାନୁସାରେ, ହତ୍ୟାକାରୀ ଆଦିତ୍ୟ ବୋଲି ଜଣାପଡିଛି ଯିଏ ମୃତ ମୁର୍ତ୍ତୀ ରାଓ ଗୋଖଲେଙ୍କ ଭଣଜା।ରବିବାର ବିଳମ୍ବିତ ରାତିରେ ଆଦିତ୍ୟ ଗୋଖଲେଙ୍କ ଘରେ ପହଞ୍ଚି ତାଙ୍କ ସହ ତୀବ୍ର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତି ଏତେ ତୀବ୍ର ହେଲା ଯେ ପରେ ଆଦିତ୍ୟ ଛୁରୀରେ ଗୋଖଲେଙ୍କୁ ଆକ୍ରମଣ କରିବା ସହ ଗୋଖଲେଙ୍କ ଗଳା କାଟି ଏକାଧିକ ବାର ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘରେ ଉପସ୍ଥିତ ଥିବା ଗୋଖଲେଙ୍କ ପତ୍ନୀ ଶୋଭା ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଦିତ୍ୟ ତାଙ୍କୁ ଆକ୍ରମଣ କରି ଆହତ କରିଥିଲା। ତେବେ ସ୍ୱାମୀଙ୍କ ନିର୍ଦ୍ଦୟ ହତ୍ୟାକାଣ୍ଡର ସାକ୍ଷୀ ହେବା ପରେ ଶୋଭା ହୃଦଘାତରେ ଆକ୍ରାନ୍ତ ହୋଇ କିଛି ଘଣ୍ଟା ପରେ ମୃତ୍ୟୁ ବରଣ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button