ଅପରାଧ

ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର, ଆଉ ଗ୍ରହଣ କଲେନି ସ୍ୱାମୀ – Ibnodisha

[ad_1]

ଉତ୍ତର ପ୍ରଦେଶ : ବାପା ସମାନ ଶ୍ୱଶୁର ବିରୋଧରେ ବୋହୂ ଆଣିଲା ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର । ଏପଟେ ଏକଥା ସ୍ୱାମୀକୁ ଜଣାଇବା ପରେ ସ୍ତ୍ରୀକୁ ସପୋର୍ଟ କରିବେ କଣ ଓଲଟି ଆଉ ଗ୍ରହଣ କଲେନି ସ୍ୱାମୀ । ଓଲଟି ରଖିଲେ ସର୍ତ୍ତ । ଆଉ ସେହି ସର୍ତ୍ତରେ ଅରାଜି ହେବାରୁ ସ୍ତ୍ରୀ ଘରୁ ତଡି ଦେଲେ ।  ପୁଣି ଦୋହରିଛି ଇମ୍ରାନା ମାମଲା । ଉତ୍ତର ପ୍ରଦେଶରେ ଆଉ ଏକ ଇମ୍ରାନା ମାମଲା ସାମ୍ନାକୁ ଆସିଛି। ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବା ପରେ ପତ୍ନୀର ସମ୍ପର୍କ ହରାଇ ବସିଥିବା ଦର୍ଶାଇ ଘରୁ ବାହାର କରି ଦେଇଛନ୍ତି ସ୍ୱାମୀ। ତେବେ ଯାହା ସୂଚନା ମିଳିଛି ଗତ ଜୁଲାଇ ୫ ତାରିଖରେ ଦୁଷ୍କର୍ମ କରିଥିବା ନେଇ ଜଣେ ବୋହୂ ନିଜ ଶ୍ୱଶୁରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ୫୦ ବର୍ଷୀୟ ବୟସ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଯାହା ସୂଚନା ମିଳିଛି ୨୩ ବର୍ଷୀୟ ମହିଳା ଜଣକ ପୁଣି ୭ ମାସର ଗର୍ଭବତୀ ଅଛନ୍ତି। ମହିଳା ଜଣକ କହିଛନ୍ତି, ଯେତେବେଳେ ସେ ଏନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଲେ କି, ତାଙ୍କ ପିତା ତାଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି, ମହିଳାଙ୍କ ସ୍ୱାମୀ କହିଥିଲେ କି ଏବେ ଆମେ ଏକାଠି ରହିବା ଆଉ ସମ୍ଭବ ନୁହେଁ। କାରଣ ମୁଁ ବର୍ତ୍ତମାନ ତାଙ୍କ ପିତାଙ୍କ ପତ୍ନୀ ହୋଇସାରିଛି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ପତ୍ନୀ ଭାବେ ଗ୍ରହଣ ନ କରିବା ସହ ଘରୁ ବାହାର କରିଦେଇଛନ୍ତି। ସମ୍ମାନ, ଲୋକଲଜ୍ଜାକୁ ଡରି ସେ ଆଜି ପର୍ଯ୍ୟନ୍ତ ଚୁପ୍ ରହିଥିଲେ। ବାରମ୍ବାର ନିବେଦନ ସତ୍ତ୍ୱେ ତାଙ୍କର କୌଣସି ଦୋଷ ନ ଥିଲେ ବି ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଫେରାଇ ଆଣିବାକୁ ମନା କରିଦେଇଥିଲେ। ସେଥିପାଇଁ ଶେଷରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏପଟେ ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଥିବା ସହିତ ଉଭୟ ଶ୍ୱଶୁର ଏବଂ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଅନ୍ୟପକ୍ଷରେ ବୋହୂ ସମ୍ପତ୍ତି ଲୋଭରେ ଏସବୁ କରୁଥିବାର ପାଲଟା ଅଭିଯୋଗ କରିଛନ୍ତି ଶ୍ୱଶୂର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button