ରାଜ୍ୟ

ଆନନ୍ଦପୁର ଡାକ୍ତରଖାନାର ୬ ସଫେଇ କର୍ମଚାରୀ ନିଲମ୍ବିତ – Ibnodisha

[ad_1]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାର ୬ ଜଣ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଡ୍ୟୁଟିରେ ଖିଲାପ ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଏହା ସହିତ ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଏହାକୁ କଳା ତାଲିକାଭୁକ୍ତ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି । ଗତକାଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅଚାନକ ଆନନ୍ଦପୁର ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ ।

ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଖି ସେ କ୍ଷୁବ୍ଧ ହୋଇଥିଲେ ଓ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ସ୍ୱାସ୍ଥ୍ୟ ସଚିବଙ୍କ ଗସ୍ତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତତ୍ପରତା ପ୍ରକାଶ ପାଇଥିଲା । ନିଜେ ଜିଲ୍ଲାପାଳ ଆନନ୍ଦପୁର ଡାକ୍ତରଖାନାକୁ ଆସିଥିଲେ । ସେ ଡାକ୍ତରଖାନାର ପରିମଳ ବ୍ୟବସ୍ଥାର ଟିକିନିଖି ଯାଞ୍ଚ କରିଥିଲେ । ଡାକ୍ତରଖାନାର ପରିମଳ ଅବ୍ୟବସ୍ଥାକୁ ଦେଖିବା ପରେ ୬ ଜଣ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଓ ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସୀକୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button