ରାଜ୍ୟ

ସୁନା ୭୬ ହଜାର ପାର୍‌, ଚଳିତବର୍ଷ ୨୮% ବଢ଼ିଛି ମୂଲ୍ୟ

ଭୁବନେଶ୍ୱର: ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢ଼ୁଛି ସୁନା ଦର। ଚାହିଦାରେ ବଢ଼ୁଥିବାରୁ ଘରୋଇ ବଜାରରେ ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରି ଆଉ ଏକ ସର୍ବକାଳୀନ ରେକର୍ଡ କରିଛି। ପଶ୍ଚିମ ଏସିଆରେ ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଏବଂ ଭୁ-ରାଜନୈତିକ ଅସ୍ଥିରତା ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

କେବଳ ଚଳିତ ବର୍ଷ ବଜାରରେ ସୁନା ମୂଲ୍ୟ ୨୮% ବୃଦ୍ଧି ଘଟିଛି। ସେହିଭଳି ରୁପା ମୂଲ୍ୟ ପୁନର୍ବାର କିଲୋ ପିଛା ୧ ଲକ୍ଷ ଟଙ୍କା ଟପିଯାଇଛି।

ଆଜି ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୬,୩୭୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍‌ର ମୂଲ୍ୟ ୭୦,୦୧୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଆଜି ଗତକାଲି ତୁଳନାରେ ୬୦୦ ଟଙ୍କା ବୃଦ୍ଧି ଘଟି ୭୬,୬୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ମୂଲ୍ୟ ଭୁବନେଶ୍ବରରେ ଗତକାଲି ୭୦ ହଜାର ଟଙ୍କା ରହିଥିବା ବେଳେ ଆଜି ତାହା ୭୦,୦୧୦ ଟଙ୍କାକୁ ବୃଦ୍ଧି ଘଟିଛି।

ଚଳିତଥର ବଜେଟରେ କେନ୍ଦ୍ର ସରକାର ସୁନା ଉପରୁ ଆମଦାନୀ ଶୁଳ୍କ କମ୍‌ କରିଥିଲେ ସୁଦ୍ଧା ଘରୋଇ ବଜାରରେ ମୂଲ୍ୟ କମିବା ପୂର୍ବରୁ ବଢ଼ିବାରେ ଲାଗିଛି। ପାର୍ବଣ ପୂର୍ବରୁ ଏବଂ ଆଗକୁ ବିବାହ ଋତୁ ରହିଥିବା ଦୃଷ୍ଟିରୁ ବଜାରରେ ସୁନା ଚାହିବା ବଢ଼ିବାରେ ଲାଗିଛି। ରୁପାର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ବୁଧବାର ଭୁବନେଶ୍ବରରେ ରୁପା ମୂଲ୍ୟ କିଲୋ ପିଛା ଗତକାଲି ତୁଳନାରେ ୨୧୦୦ ଟଙ୍କା ବୃଦ୍ଧି ଘଟି ୧,୦୧,୦୦୦ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button