ମନୋରଞ୍ଜନ

ଶାହରୁଖଙ୍କ ଫିଲ୍ମର ଗୀତ ଗାଇବାକୁ ଡାକିଲେ, ରିଲିଜ୍ ବେଳକୁ ଗାୟକ ବଦଳାଇ ଦେଲେ: କୈଳାଶ ଖେର୍ – Ibnodisha

[ad_1]

ମୁମ୍ବାଇ: ବଲିଉଡ ଗାୟକ କୈଳାଶ ଖେର ନିଜର ସୁମଧୁର ସ୍ୱର ପାଇଁ ଜଣାଶୁଣା। ସେ ୨୦ରୁ ଅଧିକ ଭାଷାରେ ଗୀତ ଗାଇବା ସହ ଅନେକ ଗୀତ ରଚନା କରିଛନ୍ତି ଯାହା ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ନିକଟରେ ଏକ ସାକ୍ଷାତକାରରେ କୈଲାଶ ଖେର ପ୍ରକାଶ କରିଛନ୍ତି ଯେ ତାଙ୍କୁ ଶାହରୁଖ ଖାନଙ୍କ ଫିଲ୍ମ ‘ଚଲତେ ଚଲତେ’ରେ ପାଇଁ ଗୀତ ଗାଇବାକୁ ଡାକି ପରେ ତାଙ୍କୁ ବ‌ାହାର କରିଦିଆଯାଇଥିଲା। ସେ ଫିଲ୍ମ ପାଇଁ ଗୀତ ରେକର୍ଡ କରିଥିଲେ କିନ୍ତୁ ଯେତେବେଳେ ଅଡିଓ ସିଡି ଆସିଲା, ସେତେବେଳେ ତାଙ୍କ ନାମ ସେଥିରେ ଅନ୍ତର୍ଭୁକ୍ତ ନଥିଲା।

୨୦୦୩ରେ ଶାହାରୁଖ ଖାନ ଏବଂ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ଚଲତେ ଚଲତେ’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଜିଜ ମିର୍ଜା। ତେବେ ପୁରୁଣା ଘଟଣାକୁ ମନେ ପକାଇ କୈଲାଶ ଖେର୍ କହିଛନ୍ତି ଯେ, ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଚଲତେ ଚଲତେ’ ପାଇଁ ମୋତେ ଗୀତ ଗାଇବାକୁ ଡକାଯାଇଥିଲା। ମୁଁ ଷ୍ଟୁଡିଓ ଯାଇକି ଗୀତ ରେକର୍ଡ କଲି। ହେଲେ ଯେତେବେଳେ ଫିଲ୍ମର ଅଡିଓ ସିଡି ରିଲିଜ୍ ହେଲା ସେତେବେଳେ ସେଥିରେ ମୋର ନାମ ନଥିଲା। ମୋ ନାମ ପରିବର୍ତ୍ତେ ସେଥିରେ ସୁଖବିନ୍ଦର ସିଂହଙ୍କ ନାମ ଥିଲା। ମୋ ସ୍ବର ପସନ୍ଦ ନ ଆସିବାରୁ ସେମାନେ ସେହି ଗୀତକୁ ସୁଖବିନ୍ଦରଙ୍କ ଦ୍ବାରା ରେକର୍ଡ କରାଇଥିଲେ। ହେଲେ ଏବିଷୟରେ ମୋତେ କୁହାଯାଇନଥିଲା। ସେତେବେଳେ ଯାଇ ମୋ ଆଖି ଖୋଲିଲା। ବଡ଼ ବଡ଼ ଲୋକମାନେ ବି ବେଳେବେଳେ ଛୋଟ ପ୍ରକୃତିର କାମ କରିଦିଅନ୍ତି ବୋଲି ମୁଁ ଜାଣିପାରିଥିଲି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button