ଦେଶ

ସମୟସୀମା ମଧ୍ୟରେ ପ୍ରକଳ୍ପରୁ ଶେଷ କରିବା ଆମ ସରକାରର ନୂଆ ପରିଚୟ: ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ବେଜିପିର ଶ୍ବେତପତ୍ରକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସକୁ ଟାର୍ଗେଟ କରି ୟୁପିଏ ଦେଶକୁ ବର୍ବାଦ କରିଦେଇଥିଲା ବୋଲି କହିଥିଲେ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ବେତପତ୍ରକୁ ନେଇ ବୟାନ ଦେଇଛନ୍ତି । ୟୁପିଏ ସରକାର ସମୟରେ ଆର୍ଥିକ ଅବ୍ୟବସ୍ଥା ନେଇ ଶ୍ବେତପତ୍ରରେ ସବିଶେଷ ତଥ୍ୟ ରହିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ୟୁପିଏ ସରକାରଙ୍କ ସମୟରେ ଘୋଟାଲା ଏବଂ ନୀତିଭ୍ରଷ୍ଟ ଯୋଗୁଁ ସମଗ୍ର ବିଶ୍ବରେ ନିବେଶକମାନେ ନିରାଶ ହୋଇଛନ୍ତି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ କହିଛନ୍ତି ।

ଋଞ ଘଙଡ ଗ୍ଲୋବାଲ ବିଜିନେସ ସମିଟ ୨୦୨୪କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “୨୦୧୪ ପୂର୍ବରୁ ୧୦ ବର୍ଷରେ ରହିଥିବା ନୀତି ଦେଶକୁ ପ୍ରକୃତରେ ଦାରିଦ୍ର‌୍ୟ ପଥକୁ ନେଇ ଆସିଥିଲା । ଏନେଇ ସାଂସଦର ବଜେଟ ଅଧିବେଶନରେ ହ୍ବାଇଟ ପେପର ଜାରି କରାଯାଇଛି । ୟୁପିଏ ସରକାରଙ୍କ ସମୟରେ ଘୋଟାଲା ଏବଂ ନୀତିଭ୍ରଷ୍ଟ ଯୋଗୁଁ ସମଗ୍ର ବିଶ୍ବରେ ନିବେଶକମାନେ ନିରାଶ ହୋଇଛନ୍ତି । ବର୍ତ୍ତମାନ ଭାରତର ଅର୍ଥନୀତି ସୁଦୃଢ ବା ଶୀର୍ଷରେ ରହିଛ । ଏନେଇ ସରକାରଙ୍କ ପକ୍ଷରୁ ହ୍ବାଇଟ ପେପର ଆକାରରେ ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଛି ।”
ସମୟସୀମା ମଧ୍ୟରେ ପ୍ରକଳ୍ପରୁ ଶେଷ କରିବା ସରକାରଙ୍କ ପାଇଁ ଏକ ନୂଆ ପରିଚୟ ପାଲଟିଛି । ସିଷ୍ଟମରେ ସ୍ବଚ୍ଛତା ଏବଂ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେତୁ ଦେଶରେ ଖନନ ମଧ୍ୟ ବୃଦ୍ଧି ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ବ୍ୟୁଜିନେସ ଇଭେଣ୍ଟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ସମୟସୀମା ମଧ୍ୟରେ ପ୍ରକଳ୍ପରୁ ଶେଷ କରିବା ଆମ ସରକାରର ନୂଆ ପରିଚୟ । ପୂର୍ବରୁ କାର‌୍ୟ୍ୟରେ ବିଳମ୍ବ ହେତୁ ପ୍ରକଳ୍ପ ଖର୍ଚ୍ଚ ବୃଦ୍ଧି ପାଉଥିଲା

। ଇଷ୍ଟର୍ନ ଡେଡିକେଟ୍ ଫ୍ରେଇଡ କୋରିଡର ପ୍ରୋଜେକ୍ଟ ୨୦୦୮ରେ ଲଞ୍ଚ କରାଯାଇଥିଲା । ୧୬୫୦୦କୋଟି ଟଙ୍କାର ବଜେଟ ଆକଳନ କରାଯାଇଥିବା ବେଳେ ଏହାର କାର‌୍ୟ୍ୟ ଗତବର୍ଷ ଶେଷ ହୋଇଛି । ଏହି ବଜେଟ ୧୬,୫୦୦ କୋଟିରୁ ୫୦,୦୦୦ କୋଟିକୁ ବୃଦ୍ଧି ପାଇଥିଲା । ଆସାମର ବୋଗିବିଲ ବ୍ରିଜ କାର‌୍ୟ୍ୟ ୧୯୯୮ ମସିହାରେ ଆରମ୍ଭ କରାଯାଇଥିଲା । ୧୧୦୦କୋଟି ଟଙ୍କାର ପ୍ରକଳ୍ପ ବଜେଟ ରହିଥିବା ବେଳେ ଏହା ୨୦୧୮ ମସିହାରେ ଶେଷ ହେବା ବେଳକୁ ବଜେଟ ବୃଦ୍ଧି ପାଇ ୫୦୦୦ କୋଟି ଟଙ୍କା ହୋଇଛି ।”

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button