ଦେଶ

୭୦୦କୋଟି ପାର୍ କଲା ‘ଆନିମଲ’ ଆୟ – Ibnodisha

[ad_1]

ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ପ୍ରେକ୍ଷାଳୟରେ ଇତିହାସ ରଚିବା‌ରେ ଲାଗିଛି। ଅନେକ ଫିଲ୍ମର ରିଲିଜ୍ ଦିନ ଦର୍ଶକଙ୍କ ଭିଡ଼ ଜମୁନଥିବା ବେଳେ ୧୦ମ ଦିନରେ ବି ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭିଡ଼ ଜମିଥିବା ଦେଖାଯାଇଥିଲା।

ଦର୍ଶକଙ୍କ ଭଲପାଇବା ପାଇଁ ଏବେ ‘ଆନିମଲ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି। କୁହାଯାଉଛି ଯେ, ଏବେ ସୁଦ୍ଧା ଫିଲ୍ମଟି ୭୦୦କୋଟି ପାର୍ କରିସାରିଲାଣି ।ମିଳିଥିବା ସୂଚନା ମୁତାବକ, ଭାରତରେ ଫିଲ୍ମଟି ୪୩୩କୋଟି ଆୟ କରିଥିବା ବେଳେ ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇଲେ ଏହା ୭୦୦କୋଟି ପାର୍ କରିଛି । ଏପର୍ଯ୍ୟନ୍ତ ଫିଲ୍ମଟି ମୋଟ ୭୧୦କୋଟି ଆୟ କରିଥିବା ସାମ୍ନାକୁ ଆସିଛି ।

ଫିଲ୍ମରେ ରଣବୀରଙ୍କ ଓ ବବି ଦେଓଲଙ୍କ ଭିନ୍ନ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରୁଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍ରି । ଫିଲ୍ମରେ କମ ସମୟ ପାଇଁ ନଜର ଆସି ମଧ୍ୟ ସେ ଦର୍ଶକଙ୍କ ମନ କିଣିଛନ୍ତି । ଫିଲ୍ମ‌ରେ ରଣବୀରଙ୍କ ସହ ଥିବା ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ଏବେ ହଇଚଇ ସୃଷ୍ଟି କରିଛି ।

‌ତେବେ ଚରିତ୍ର ଓ କାହାଣୀ ଭଲ ଥିବାରୁ ଆଗାମୀ ଦିନରେ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଛି। ଏହା ସହ ରଣବୀର ଶାହରୁଖଙ୍କ ରେକର୍ଡ ଭାଙ୍ଗିବେ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button