ରାଜ୍ୟ

ଫୁଟପାଥ୍‌ରେ ରୋଷେଇ ବେଳେ ଚଢିଗଲା ସଫେଇ ଗାଡି: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର – Ibnodisha

[ad_1]

ମୁମ୍ଵାଇ : ଗୁଜୁରାଟର ଅହମ୍ମଦାବାଦ ସହରର ଫୁଟପାଥ୍‌ରେ ବଡ ଅଘଟଣ। ଫୁଟ୍‌ପାଥ୍‌ରେ ରୋଷେଇ କରୁଥିବା ଜଣେ ମହିଳାକୁ ସୋମବାର ଦିନ ଏକ ମ୍ୟୁନିସିପାଲିଟି ଟ୍ରକ୍ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପୋଲିସ ଏହି ସୂଚନା ଦେଇଛି।

ହେଲେ ଏହି ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିବା ନେଇ ପୋଲିସ କହିଛି। ଏହି ଘଟଣା ବାସନା ଅଞ୍ଚଳରେ ସକାଳ ପ୍ରାୟ ପାଞ୍ଚଟା ବେଳେ ଘଟିଥିଲା। ଏହି ଦମ୍ପତି ଫୁଟପାଥ୍‌ରେ ରହୁଥିଲେ ଏବଂ ଘଟଣା ସମୟରେ ମହିଳା ରୋଷେଇ କରୁଥିଲେ । ଟ୍ରକରେ ଏକ ରୋଡ୍ ସଫେଇ ମେସିନ୍ ଲାଗିସଫା ହେଉଥିଲା

ଏମ-ଡିବିଜନ ଟ୍ରାଫିକ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ଟ୍ରକ ଉପରେ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ମୃତ ମହିଳାଙ୍କ ନାମ ପ୍ରମିଲାବେନ୍ (୩୯)। ମହିଳାଙ୍କ ସ୍ୱାମୀଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button